୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ, ଅଧିକ ଲାଭ ଦେବାକୁ କହି ଠକିଥିଲା

fulbani poura parisada

ଭୁବନେଶ୍ୱର : ୧୨  ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ । ସାଇବର ଠକକୁ ଗିରଫ କଲା ସାଇବର ଥାନା ପୋଲିସ । ମିଥ୍ୟା ପ୍ରତିଶୃତି ଦେଇ ଠକ ଠକିନେଇଥିଲା  ୧୨  ଲକ୍ଷ ଟଙ୍କା । ବାଲେଶ୍ଵରରୁ ଗିରଫ ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି । ପ୍ରମୋଦକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ ।  ଗତ ୭ ମଇ ମାସରେ ଅଭିଯୋଗକାରୀ ମିଳନ କୁମାର ବେଉରାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇ ଥିବା ନେଇ କେସ ରୁଜୁ କରିଥିଲେ ପୋଲିସ୍। ତାଙ୍କ ସହ ଗୋଟେ ଇଁଭେଷ୍ଟମେଣ୍ଟ କରିଥିଲେ ଠକ । ସେଥିରେ ୧୨  ଲକ୍ଷ ଟଙ୍କା ଇଁଭେଷ୍ଟମେଣ୍ଟ କରି ବାର୍ଷିକ ୭ ପ୍ରତିଶତ ଟଙ୍କା ଲାଭ ପାଇଲାରିବ ବୋଲି ଠକ ତାଙ୍କୁ କହିବା ପରେ ଏକ ଲିଙ୍କ ଦେଇଥିଲେ । ସେହି ବ୍ଲିଙ୍କ ପ୍ରୋ ଲିଙ୍କ ଓପନ କରିବା ପରେ ତାଙ୍କ ସହ ତାଙ୍କର ୧୨  ଲକ୍ଷ ଟଙ୍କା ଚିଟିଂ ହୋଇଥିବା ଜଣାପଡିଥିଲା ।ତେଣୁ ଯେଉଁ ଆକାଉଣ୍ଟରୁ ଟଙ୍କା ଯାଇଥିଲା ତାହା ଗୋଟିଏ ଦିଲୀ ଏବଂ ବାଲେଶ୍ୱର୍ ଆକାଉଣ୍ଟ୍ କୁ ଟଙ୍କା ଯାଇଥିଲା । ପ୍ରମୋଦ କୁମାର ମହାନ୍ତି ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ଖୋଲି ଥିଲା । ବୈଶ୍ନୋବ ଏଣ୍ଟପ୍ରାଇଯ ନାମକ ଏକ କାମିନୀ ଖୋଲିଥିଲା । ତେଣୁ ବାଲେଶ୍ଵରରୁ ସାଇବର ଥାନା ପୋଲିସ ଗିରଫ କରିଛି ।

057 code kasam
Leave A Reply

Your email address will not be published.