ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ, ହତ୍ୟାକାଣ୍ଡ ପରେ ୩ ଫେରାର

fulbani poura parisada

ରେଢ଼ାଖୋଲ : ଚାଷଜମିରେ ହତ୍ୟା । ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବୁର୍ଡା ପଞ୍ଚାୟତ ବଡ଼ମାଳ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପ୍ରଫୁଲ୍ଲ ନାୟକ । ପ୍ରଫୁଲ୍ଲ ଆଜି ଜମିରେ ମାଟି କାମ କରୁଥିଲେ । ତାଙ୍କ ଜମିକୁ ଲାଗି ସେହି ଗାଁର ବିଭୂତି ପ୍ରଧାନଙ୍କ ଜମି ରହିଛି । ତେଣୁ ଆଜି ଜମିକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବିଭୂତି, ତାଙ୍କ ସ୍ତ୍ରୀ, ଭାଇ ଓ ମାଆ ମିଶି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ୩ଜଣ ଫେରାର ହୋଇଯାଇଛନ୍ତି । ପୋଲିସ ବିଭୂତି ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

057 code kasam
Leave A Reply

Your email address will not be published.