EPFOର ବଡ଼ ଉପହାର, ୭ କୋଟି କର୍ମଚାରୀଙ୍କୁ ମିଳିବ ଲାଭ

fulbani poura parisada

BHUBANESWAR : ଯଦି ଆପଣ ଚାକିରି କରୁଛନ୍ତି ଏବଂ ପ୍ରତିମାସରେ ଆପଣଙ୍କ ଦରମାରୁ PF କଟୁଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । କେନ୍ଦ୍ର ସରକାର ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର ୨୦୨୫ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଘୋଷଣା କରିଛନ୍ତି । ଏହା ଦ୍ୱାରା ୭ କୋଟିରୁ ଅଧିକ ଲୋକଙ୍କୁ ଲାଭ ମିଳିବ ଏବଂ ସେମାନଙ୍କର ପିଏଫ୍ ଡିପୋଜିଟ୍ ବୃଦ୍ଧି ପାଇବ । ସରକାର କହିଛନ୍ତି ଯେ ୨୦୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF ଆକାଉଣ୍ଟ) ଉପରେ ବାର୍ଷିକ ୮.୨୫ ପ୍ରତିଶତ ସୁଧ ମିଳିବ । ଆଜି କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି । ଏହାର ଅର୍ଥ ହେଉଛି ଖୁବ୍‌ଶୀଘ୍ର ଏହି ସୁଧ ରାଶି ସାରା ଦେଶର ୭ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପିଏଫ୍ ଆକାଉଣ୍ଟରେ ଜମା ହୋଇଯିବ । EPFO ଫେବୃଆରୀ ୨୮ ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଜମା ଉପରେ ସୁଧ ହାର ୮.୨୫ ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ହାର ସହିତ ସମାନ । ୨୦୨୪-୨୫ ପାଇଁ ଅନୁମୋଦିତ ସୁଧ ହାର ଅର୍ଥ ମନ୍ତ୍ରାଳୟକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଏହା ପରେ ଏବେ ସରକାର ଏହି ସୁଧ ହାରକୁ ମଞ୍ଜୁରୀ ଦେଇଛନ୍ତି । ଶ୍ରମ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ‘ଅର୍ଥ ମନ୍ତ୍ରାଳୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫ ଉପରେ ୮.୨୫ ପ୍ରତିଶତ ସୁଧ ହାରକୁ ଅନୁମୋଦନ କରିଛି ଏବଂ ଶ୍ରମ ମନ୍ତ୍ରାଳୟ ଗୁରୁବାର ଏ ସମ୍ପର୍କରେ ଇପିଏଫଓକୁ ଏକ ଚିଠି ପଠାଇଛି ।’ ଏବେ ଆର୍ଥିକ ବର୍ଷ ୨୦୨୫ ପାଇଁ ଅନୁମୋଦିତ ସୁଧ ହାର ଅନୁଯାୟୀ, EPFOର ସାତ କୋଟିରୁ ଅଧିକ ସଦସ୍ୟଙ୍କ ଆକାଉଣ୍ଟରେ ସୁଧ ରାଶି ଜମା କରାଯିବ। EPFO ପ୍ରତିବର୍ଷ କର୍ମଚାରୀଙ୍କ ପାଇଁ ସୁଧ ହାର ସ୍ଥିର କରେ ଏବଂ ପରେ ଏହାକୁ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରାଳୟକୁ ପଠାଏ । ଏହା ପରେ ଯଦି ଅର୍ଥ ମନ୍ତ୍ରାଳୟ ଅନୁଭବ କରେ ଯେ ଏହି ସୁଧ ହାର ସଠିକ୍, ତେବେ ଏହାକୁ ଅନୁମୋଦନ ଦିଆଯାଏ, କିନ୍ତୁ ଯଦି ଅର୍ଥ ମନ୍ତ୍ରାଳୟ ଏଥିରେ ପରିବର୍ତ୍ତନର କୌଣସି ସୁଯୋଗ ଦେଖେ, ତେବେ ଆଲୋଚନା ପରେ ଅନ୍ୟାନ୍ୟ ହାରକୁ ଅନୁମୋଦନ କରିପାରିବ । ପ୍ରତି ଆର୍ଥିକ ବର୍ଷରେ PFର ସୁଧ ହାର ସ୍ଥିର ହୋଇଥାଏ ।

057 code kasam
Leave A Reply

Your email address will not be published.