ଦାରିଙ୍ଗବାଡ଼ିରେ ଭାଇଚାରା ଶାନ୍ତି ସଦ୍‌ଭାବନାର ଆଉ ଗୋଟିଏ ପ୍ରୟାସ

ଦାରିଙ୍ଗବାଡ଼ି : ଦୁଇ ଦଶନ୍ଧି ପରେ ନିଜ ଗାଁ ତଥା ନିଜ ବ୍ଲକ ମାଟିରେ ବସିକି ଅଞ୍ଚଳବାସୀ ଦେଖିବେ ଅପେରା। ଯେଉଁଠି ସାମାଜିକ ନାଟକ ତଥା ଘର ଘରର କାହାଣୀର ଦୃଶ୍ୟ ଏବଂ ସାମାଜିକ ଚଳଣି ସମ୍ପର୍କିତ ଦୃଶ୍ୟକୁ ଦେଖିବାକୁ ମିଳିବ। ବୁଧବାରଠାରୁ ଦାରିଙ୍ଗବାଡ଼ିର ରାଶିପଦା ପଡ଼ିଆରେ ଯାତ୍ରା କଳାକାରଙ୍କ ଦ୍ୱାରା ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରେ ‘ମୁଁ ଗୋଟେ ଝିଅର ବାପ’ ସାମାଜିକ ନାଟକ ରହିଛି। ଏଥିପାଇଁ କଳାକାରଙ୍କ ମଧ୍ୟରେ ଯେତିକି ଆଗ୍ରହ ଦେଖାଯାଇଛି ଦର୍ଶକଙ୍କ ମଧ୍ୟରେ ମଧ୍ୟ ବହୁତ ଦିନ ପରେ ନାଟକ ଦେଖିବାକୁ ଆଗ୍ରହ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଗତ ୧୯୯୮ପରଠାରୁ ଦାରିଙ୍ଗବାଡ଼ିକୁ କୌଣସି ଯାତ୍ରା ଦଳ ଆସି ନ ଥିଲେ। ତେବେ ଦାରିଙ୍ଗବାଡ଼ି ଯୁବ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ନିଜେ ସାମାଜିକ ନାଟକ କରି ଅଞ୍ଚଳବାସୀଙ୍କୁ ମନୋରଞ୍ଜନ କରିଆସୁଥିବା ବେକେ ଚଳିତ ବର୍ଷ ୨୦ରୁ ଊର୍ଦ୍ଧ୍ୱ ସଂଗଠନ ମିଳିତ ବୈଠକ କରିଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବାହାରୁ ଯାତ୍ରା ଦଳକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମିଳିତ ଭାବେ ଆଞ୍ଚଳିକ ଯାତ୍ରା କମିଟି ଗଠନ କରି ଓଡ଼ିଶାର ଜଣାଶୁଣା ରଙ୍ଗମହଲ ଯାତ୍ରା ଦଳକୁ ବ୍ୟବସାୟିକ ବୁକିଂ କରି ଅଣାଯାଇଛି ବୁଧବାରଠାରୁ ଶନିବାର ୪ ଦିନ ଧରି ବିଭିନ୍ନ ନାଟକ ପରିବେଷଣ ହେବାକୁ ରହିଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଯାତ୍ରା କଳାକାର ବାପି ପଣ୍ଡା ଗୁରୁବାରଠାରୁ ଦାରିଙ୍ଗବାଡ଼ି ଆସିବାକୁ ରହିଥିବାରୁ ଏଥିପାଇଁ ଦର୍ଶକ ଆଗୁଆ ଟିକେଟ ସଂଗ୍ରହ କରି ନିଜ ପସନ୍ଦର କଳାକାରଙ୍କ ଅଭିନୟ ଦେଖିବାକୁ ଚାହିଁ ବସିଛନ୍ତି। ସେହିପରି ପ୍ରତିଦିନ ଛୋଟ ପରଦାର କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯାହାକି ବିଭିନ୍ନ ଧାରାବାହିକର କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା, ଉଦୟଗିରି, ପଡୋଶୀ ବ୍ଲକ ରାଇକିଆ, କ. ନୂଆଗାଁ ସମେତ ଗଞ୍ଜାମ ଜିଲାର ସୋରଡ଼ା, ଗାଜଲବାଡ଼ି, ଗୋଚ୍ଛା, ବଡ଼ଗଡ଼ ଆଦି ଅଞ୍ଚଳରୁ ଦର୍ଶକମାନେ ଟିକେଟ ସଂଗ୍ରହ କରୁଥିବା କମିଟି ପକ୍ଷରୁ କୁହାଯାଇଛି।

057 code kasam
Leave A Reply

Your email address will not be published.