ପାଟଣାଗଡ଼ : ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ପୁଞ୍ଜିଲାଲ । ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ । ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଦେଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଏଥିସହ ଏକ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାୟ ଶୁଣାଣୀ ପାଇଁ କୋର୍ଟ ପରିସରରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିଲା। ବିବାହ ଉତ୍ସବକୁ ଉପହାରରେ ପାର୍ସଲ ବୋମା ପଠାଯିବା ସାରା ଦେଶରେ ପ୍ରଥମ ଘଟଣା। ଦୋଷୀକୁ ଫାଶୀ ଦଣ୍ଡ ହୋଇଥିଲେ ବି କମ୍ ହୋଇଥାନ୍ତା ବୋଲି ରାୟ ପ୍ରକାଶ ପରେ କହିଛନ୍ତି ମୃତ ସୌମ୍ୟ ଶେଖରଙ୍କ ବାପାମାଆ । ପୁଞ୍ଜିଲାଲ କହିଛି ତାକୁ ବରବାଦ କରିଦିଆଯାଇଛି । ପାର୍ସଲ ବୋମା ବିସ୍ଫୋରଣରେ ଆମେ ଆମ ପୁଅକୁ ହରାଇଛୁ । ଆମ ଦୁନିଆ ଭାସିଯାଇଛି ।ଆମର ବଞ୍ଚିବାର ସାହାରା କିଛି ନାହିଁ । ପୁଅକୁ ଆଉ ଫେରି ପାଇବୁନି। ଫାଶୀ ଦଣ୍ଡ ହୋଇଥିଲେ ବି କମ୍ ହୋଇଥାନ୍ତା ବୋଲି ରାୟ ଆସିବା ପରେ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ମୃତ ସୌମ୍ୟ ଶେଖରଙ୍କ ବାପାମାଆ। ତେବେ ରାୟରେ ସନ୍ତୁଷ୍ଟ ଥିବା ସେମାନେ କହିଛନ୍ତି ।
