ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଯୁବତୀ

ଜଳେଶ୍ବର: କଥା ଦେଇଥିଲେ ସାଥି ହୋଇ ଜୀବନ କାଟିବେ ବୋଲି । ଆଜି ଅଧା ବାଟରେ ଛାଡ଼ି ଦେଇ ଆଉ କାହାକୁ ବାହା ହୋଇ ଯାଇଛନ୍ତି । କେତେ ପ୍ରତିଶୃତି କେତେ ସ୍ବପ୍ନ ଦେଖାଇ ପ୍ରେମ କରିଥିଲେ । ଆଜି ସେସବୁ ମିଛ ହୋଇଗଲା । କେବଳ ସନ୍ତକ ରୂପରେ ରହିଛି କିଛି ଫଟୋ । ମୋବାଇଲରେ ସେହି ଫଟୋକୁ ଦେଖି ନିଜ ପ୍ରେମର ଦିନ ଗୁଡ଼ିକୁମନେ ପକାଉଛନ୍ତି ପ୍ରେମିକା ଜଣକ । କେତେ ଖୁସିରେ ଥିଲେ ପରସ୍ପର । ହଁ ଆଜ୍ଞା, ଅଭିଯୋଗ ହୋଇଛି କି ପ୍ରଥମେ ପ୍ରେମ ସମ୍ପର୍କ, ତା ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ । ତାପରେ ଧୋକା ଦେଲେ ପ୍ରେମିକ । ଏବେ ଯୁବକ ଜଣକ ପ୍ରେମିକା ଠାରୁ ବିବାହ ପାଇଁ ମୁହଁ ଫେରାଉଥିବା ବେଳେ ଅନ୍ୟ ଆଡ଼େ ବାହା ହୋଇଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯୁବତୀ । ନ୍ୟାୟ ପାଇଁ ପ୍ରେମିକଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଧରା ଛୁଆଁ ଦେଉ ନାହାନ୍ତି ପ୍ରେମିକ ପ୍ରବର । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ବସ୍ତା ନିର୍ବାଚନ ମଣ୍ତଳୀ ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡିଙ୍କ ପୁଅ ଜଗନ୍ନାଥ ବୁଗୁଡି (ଲିପୁନ)ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଯୁବତୀ । ଖାଲି ପ୍ରେମ, ପ୍ରତାରଣା ନୁହେଁ ବରଂ ତାଙ୍କ ଟଙ୍କା, ସୁନା ନେଇଥିବା ଅଭିଯୋଗ କରିଛନ୍ତି । ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟୀ ଗାଁର ଝିଅ ହେଉଛ୍ନତି ଯୁବତୀ ଜଣକ । ସେ ଯୁକ୍ତ ଦୁଇ ପାସ କରିବା ପରେ ଡାଏଲିସିସ ଟେକନିସିଆନ୍ କୋର୍ସ କରିବା ପାଇଁ କେନ୍ଦୁଝର ଯାଇଥିଲେ । ସେଠାରେ ସିନିୟର ଟେକନିସିଆନ ଭାବରେ କାର୍ଯ୍ଯ କରୁଥିବା ଜଗନ୍ନାଥଙ୍କ ସହ ପରିଚୟ ହୋଇଥିଲା । ପରେ ଉଭୟଙ୍କ ଭିତରେ ଭଲ ପାଇବା ଆରମ୍ଭ ହୋଇଥିଲା । ପୁଣି ବିବାହ ପ୍ରତିଶୃତି ଆଉ ଦୈହିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏକଥା ଜାଣିବା ପରେ ଉଭୟଙ୍କ ପରିବାର ଲୋକେ ଦୁଇ ଜଣଙ୍କ ବାହାଘର ପାଇଁ ସହମତି ପ୍ରଦାନ କରିଥିଲେ । ମାତ୍ର ବଦଳିଗଲେ ଜଗନ୍ନାଥ । ପ୍ରେମିକାଙ୍କୁ ବାହା ହେବାକୁ ରାଜି ହେଲେ ନାହିଁ । ସେହିପରି ପ୍ରେମିକର ପରିବାର ଲୋକେ ଏବେ ତାଙ୍କୁ ବୋହୂ କରିବା ପାଇଁ ମନା କରିଥିଲେ । ଶେଷରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବତୀ । ଅନ୍ୟପଟେ ଜଗନ୍ନାଥଙ୍କ ବାପା କହିଛନ୍ତି କି ସେମାନେ ଯୁବତୀଙ୍କୁ ବୋହୂ କରିବା ପାଇଁ ରାଜି ଥିଲେ । ତେବେ ଝିଅ ଘର ଲୋକେ ଜାତିଆଣ ଆକ୍ଷେପ କରି ବିବାହ ପ୍ରସ୍ତାବକୁ ପ୍ରତ୍ଯାଖାନ କରିଥିଲେ ।

057 code kasam
Leave A Reply

Your email address will not be published.