କନ୍ଧମାଳ : କନ୍ଧମାଳ ଜ଼ିଲ୍ଲା ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ପଵିଙ୍ଗିଆ ଗ୍ରାମପଞ୍ଚାୟତର ଲାମପଦର ଅଙ୍ଗନବାଡି କେନ୍ଦ୍ର ଓ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ,ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗ ରେ ଋତୁସ୍ରାବକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନେଇ ସଚେତନତା ମୂଳକ ଭାବେ କିଶୋରୀ ବାଳିକା,ମହିଳା ଓ ଜନସାଧାରଣଙ୍କ ଦ୍ୱାରା ପଦଯାତ୍ରା ଓ ସଭା ମାଧ୍ୟମରେ ଋତୁସ୍ରାବକୁ ନେଇ ରହିଥିଵା ଅନ୍ଧବିଶ୍ୱାସ,ସ୍ୱଛତାକୁ ଆପଣେଇବା,ଭାବନାତ୍ମକ ସହଯୋଗ ଏବଂ ବାଲ୍ୟବିବାହ ରୋକିବାକୁ ନେଇ ସଚେତନ ସହ ସଂକଳ୍ପ କରାଯାଇଥିଲା | ଉଭୟ ପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ଋତୁସ୍ରାବକୁ ଏକ ବନ୍ଧୁତାର ବ୍ୟବହାର ସହକାରେ ଆପଣାଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ସହ ବିକଶିତ ଭାରତ ଗଢିବାରେ ଦୃଢ଼ବଦ୍ଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଭାଗିଦାରୀ ମୁଖ୍ୟତଃ ରୂପେ କିଶୋରୀ ବାଳିକା,ମହିଳା ,ଜନସାଧାରଣ, ଜନ ପ୍ରତିନିଧି,ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ଓ ଆଶା ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପଵିଙ୍ଗିଆ ସାମୁଦିୟକ ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ମୟୀ ଶତପଥି ଓ ଏଏନମ ହରପ୍ରିୟା ମିଶ୍ର, ମୁଣ୍ଡିଗଡ଼ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ ମୁକେଶ ପ୍ରଜାପତି ଓ ପ୍ରତିନିଧି ଅଶ୍ୱିନୀ ପାରତେତି,ଭବାନୀ, ବିଭୁତି ଏବଂ ବ୍ଲକ ଆକାଂକ୍ଷା ଫେଲୋ ନରବେତ୍ ଦିଗାଳ ସହଯୋଗ କରିଥିଲେ ।
