ଫୁଲବାଣୀ- କନ୍ଧମାଳ ରଜ ମହୋତ୍ସବ-୨୦୨୫ ପାଳନ ଅବସରରେ ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ,ଫୁଲବାଣୀ ଠାରେ ଝିଅ ଓ ମହିଳା ମାନଂକ ମଧ୍ୟରେ ଦଉଡ଼ି ଡିଆଁ, ପୁଚି, ମୋତି ମାଳି ଗୁନ୍ଥିବl, ଗୁପଚୁପ ଖାଇବା , ମ୍ୟୁଜିକ ଚେୟାର, ଲୁଡ଼, ପାଣି ବୋତଲ ଛିଡ଼ା କରିବା, ଚାଉଳ ରୁ ମୋତି ମାଳି ବାହାର କରିବା ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜୁନ ୧୫ ତାରିଖ ଦିନ ସଭା ଗୃହ ଠାରେ ତିନିଦିନ ବ୍ୟାପୀ ଆୟୋଜିତ ରଜ ମହୋତ୍ସବ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯିବ l ସେହିପରି ଜୁନ ୧୩ ରେ ବୟସ ୭ ରୁ ୧୫ ବର୍ଷ ଝିଅ ମାନଙ୍କ ନୃତ୍ୟ ଓ ଗୀତ ପ୍ରତିଯୋଗୀତା, ୧୪ ରେ ବୟସ ୧୫ ରୁ ୩୫ ବର୍ଷ ଝିଅ ମାନେ ମିସ୍ ରଜ କୁଇନ୍ ଓ ବୟସ ୨୦ ରୁ ୩୫ ବର୍ଷର ମହିଳା ମିସେସ୍ କନ୍ଧମାଳ ପ୍ରତିଯୋଗୀତା ଓ ୧୫ ରେ ବୟସ ୩୦ ରୁ ୪୫ ବର୍ଷର ମହିଳା ମାନଙ୍କ ପିଠା ଓ ମିଠା ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ତଥା ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ସାମ୍ୱାଦିକ ତଥା ଉତ୍ସବ ପାଳନ କମିଟି କାର୍ଯ୍ୟକାରୀ ଅଧକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ସୁଚନା ଦେଇଛନ୍ତି। ରବିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସମ୍ପଦକ ଏମ. ଡି ଚୀଷ୍ଟି, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ସାମ୍ୱାଦିକ ସନ୍ତୋଷ ଦିଗାଲ, ସଂସ୍କୃତିକ ସମ୍ପାଦିକା ସୁଶ୍ରୀ ଶିବାନୀ ସୁଆର ପ୍ରମୁଖ ଙ୍କ ସମେତ ଅନିତା ପଟ୍ଟନାୟକ, ଶୁଭ ଲକ୍ଷ୍ମୀ ପାତ୍ର, ଶୁଭ୍ରl ପଟ୍ଟନାୟକ, ସୁଶ୍ରୀ ନିହାରିକା ନାୟକ,, ଶ୍ରୀମତୀ ଭାରତୀ ପଣ୍ଡା ଶ୍ରୀମତୀ ସ୍ୱାଗତିକା ପଟନାୟକ, ଶ୍ରୀମତୀ ରଞ୍ଜିତା ଦାଶ ପ୍ରମୁଖ ସୂପରିଚାଳନା କରିଥିଲେ l ପ୍ରାୟ ୧୨୨ ରୁ ଉର୍ଦ୍ଧ ମହିଳା ଓ ଝିଅ ଅଂଶ ଗ୍ରହଣ କରିଥିଲେ
