ଯାଜପୁର: ଚାଲିଗଲା କୋଭିଡ । କିନ୍ତୁ ଦେଇଗଲା ଦୁଃଖ । କୋଭିଡ ବଦଳାଇ ଦେଲା ଯୁବ ସାମ୍ବାଦିକ ସଂଦୀପ୍ତଙ୍କ ଜୀବନର ଗତୀପଥ। ଦିନେ ଯେ ଗରିବ ଅସହାୟଙ୍କ ସ୍ୱର ପାଲଟିଥିଲା ଆଜି ସେ ଶଯ୍ୟାଶାୟୀ। ଏବେ କିଡନୀ ଜନିତ ରୋଗ ରେ ପୀଡିତ। ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଳେ କିଡନୀ ପ୍ରତିରୋପଣ କରିବେ କେମିତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ଏ ହେଉଛନ୍ତି ଯାଜପୁର ଜିଲ୍ଲାର ଆଗଧାଡିର ସାମ୍ବାଦିକ ସଂଦୀପ୍ତ ରାୟ। କୋଭିଡ ସମୟରେ ଜନତାଙ୍କ ସ୍ୱର ପାଲଟି ଅନେକ ଲୋକଙ୍କୁ ସହାୟତା କରି ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଏକ ମାସ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ସଂଦୀପ୍ତ । ଅନେକ ଲୋକଙ୍କୁ ସାହାଯ୍ୟ ସହାୟତା କରିଥିବାରୁ ସଂଦୀପ୍ତ ପୁନର୍ଜନ୍ମ ପାଇଥିବା ଲୋକେ କହିଲେ। କୋଭିଡରୁ ସିନା ମୁକ୍ତି ପାଇଲେ ମାତ୍ର ଏହି ଦିନ ଠାରୁ ଆରମ୍ଭ ହୋଇଥିଲା ସଂଦୀପ୍ତଙ୍କ କିଡନୀ ଜନିତ ରୋଗ ।

ଜୀବନ ସହ ସଂଗ୍ରାମ କରି ଆଜି ସେ ଦୁଇଟିଯାକ କିଡନୀ ହରାଇଛନ୍ତି । ଏବେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଛନ୍ତି । କିଡନୀ ପ୍ରତିରୋପଣ ପାଇଁ ପତ୍ନୀ କିଡନୀ ଦାନ କରିବା ପାଇଁ ଚାହୁଁ ଥିଲେ ମଧ୍ୟ ବ୍ଲଡ଼ ଗ୍ରୁପ ମ୍ୟାଚ କରିନାହିଁ । ବାପାଙ୍କ ବୟସାଧିକ ଓ ମାଙ୍କ ନିକଟରେ ହୃତଘାତ ହୋଇ ଷ୍ଟେଣ୍ଟ ଲାଗିଥିବାରୁ ସେ ମଧ୍ୟ ଦାନ କରିପାରିବେ ନାହିଁ। ଏଭଳି ସମୟରେ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ସଂଦୀପ୍ତଙ୍କ ପରିବାର l

ଦୀର୍ଘ ୫ବର୍ଷ ହେଲା ସଂଦୀପ୍ତ ଏଭଳି କିଡନୀ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସଂଗ୍ରାମ ଚାଲିଛି ହେଲେ କର୍ମ କ୍ଷେତ୍ରରେ ହାରି ନାହାନ୍ତି ସଂଦୀପ୍ତ। ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଗରିବ ଅସହାୟଙ୍କ ଅନେକ ଖବର ପରିବେଷଣ କରି ଜନତାଙ୍କ ସ୍ୱର ପାଲଟିଛନ୍ତି । ସଂଦୀପ୍ତଙ୍କ ପରିବାର କହିଲେ ତାଙ୍କ କୁନିକୁନି ପୁଅ ଝିଅ ପତ୍ନୀ ଓ ଅବସରପ୍ରାପ୍ତ ଶିକ୍ଷକ ବାପା ଓ ମା। ଏଭଳି ସମୟରେ ମଧ୍ୟ ସେ ଚିକିତ୍ସା ପାଇଁ ଯାହା କିଛି ଆର୍ଥିକ ସମ୍ବଳ ଥିଲା ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏମିତି ସମୟରେ ଘର ଚଳିବା ବି ମୁସ୍କିଲ ହୋଇପଡିଛି । ଦୀର୍ଘ ଦିନ ହେବ ଚିକିତ୍ସିତ ହେଉ ଥିବାରୁ ଅନେଜ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି ।
କିଡନୀ ପ୍ରତିରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବା ଆରମ୍ଭ ହେଲାଣି। ମାତ୍ର ପ୍ରତିରୋପଣ ଓ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି । ଏଭଳି ପରିସ୍ଥିତିରେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ। ସେପଟେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଚିକିତ୍ସା ସହାୟତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।
ଯଦି କେହି ସହୃଦୟ ବ୍ୟକ୍ତି ସଂଦୀପ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି l ଆପଣଙ୍କ ଏହି ଛୋଟ ପ୍ରୟାସ ମାଧ୍ୟମରେ ସଂଦୀପ୍ତଙ୍କ ଜୀବନ ରକ୍ଷା ହୋଇପାରେ ।
AC DETAILS:
SANDIPT ROY
43400100009650
IFSC CODE: BARB0BHABAN
BANK OF BARODA
PHONE PAY: 9937566355
