ଅଯୋଧ୍ୟାରେ ୨୨ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା, ଭାଇ ଏବଂ କାକା ମିଶି କଲେ ୬ ଖଣ୍ଡ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ଅଯୋଧ୍ୟା ଜିଲ୍ଲାରୁ ଆସିଲା ବଡ ଦୁଃଖଦ ଖବର । ଧାରୁଆ ଅସ୍ତ୍ରରେ ୨୨ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୃତକ ହେଲେ ଦୀନେଶ ବର୍ମା । ମୃତକଙ୍କ ଭାଇ, କାକା ସମେତ ୪ଜଣ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

057 code kasam

ସୂଚନାନୁଯାୟୀ, ଏପରି ଛାତିଥରା ଦୃଶ୍ୟ କୋତୱାଲି ଅଞ୍ଚଳର ପଟେଲ ନଗରରୁ ଦେଖିବାକୁ ମିଳିଥିଲା । ମଙ୍ଗଳବାର ଅର୍ଥାତ୍ ଆଜି ଏହି ଅଘଟଣ ଘଟିଥିବା ସୂଚନା ମିଳିଥିଲା । ଯୁବକ ଜଣକ ରାତିରେ ଘର ବାହାର ଚାଳ ତଳେ ଶୋଇଥିଲେ । ସେତେବେଳେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ତାଙ୍କ ଶରୀରକୁ ଛଅ ଖଣ୍ଡ କରି କାଟି ନିର୍ମମ ଭାବେ ହତ୍ୟା କରିଥିଲେ । ସକାଳେ ଘର ଲୋକ ତାଙ୍କୁ ରକ୍ତ ଜୁଡୁବୁଡୁ ହୋଇଥିବାର ଦେଖି ଚିତ୍କାର କରିବା ଆରମ୍ଭ କରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ହତ୍ୟାକାଣ୍ଡ ମୃତକଙ୍କ ଭାଇ, କାକାଙ୍କ ସହ ଅନ୍ୟ ୪ଜଣ ମିଶି ହତ୍ୟା କରିଥିବାର ଅଭିଯୋଗ ହୋଇଛି ।

Umasankar Adv

ଏପଟେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହା ସହିତ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ସେମାନଙ୍କ ମଧ୍ୟରୁ ୨ଜଣ ଫେରାର୍ ହୋଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଫରେନସିକ୍ ଦଳ ଗଠନ କରି ସେହି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି । ଜମି ବିବାଦକୁ ନେଇ ଏପରି ଅଘଟଣ ଘଟାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

057 code kasam
Leave A Reply

Your email address will not be published.