ପଞ୍ଚାୟତ ସମିତି ବୈଠକରେ ମହିଳାମାନଙ୍କ ତୁମୁଳ କାଣ୍ଡ

ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଚାଲିଥିଲା ମିଟିଙ୍ଗ । ହଠାତ୍ ମହିଳାଙ୍କ ହୋହାଲ୍ଲା ପାଟି ତୁଣ୍ଡରେ କମ୍ପି ଉଠିଥିଲା ପୁରା ପରିବେଶ । ଗେଟରେ ତାଲା ପକାଇବା ସହ । ଚେୟାର ଫିଙ୍ଗା ଫୋପାଡ଼ା । ଅଧାରେ ରହିଲା ବୈଠକ । ଯିଏ ଯୁଆଡ଼େ ପାରିଲେ ଭୟରେ ଦୌଡ଼ିଲେ ।…. ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପରିସରର। ପଞ୍ଚାୟତ ସମିତି ସଭାଗୃହରେ ମିଟିଙ୍ଗ ଚାଲିଥିବା ବେଳେ ତା ଭିତରକୁ ଧସେଇ ପଶିଲେ ମହିଳାମାନେ ଆଉ ଚାଲିଲା ଖୁବ୍ ଜୋରରେ ହୋହାଲ୍ଲା ପାଟିତୁଣ୍ଡ । କିନ୍ତୁ କାହିଁକି ଏମାନେ ଏପରି କାଣ୍ଡ କରିଥିଲେ ଆସନ୍ତୁ ଜାଣିବା….

057 code kasam

ଦୀର୍ଘ ଏକ ମାସ ହେବ ଆଳିର ରସୁଲପୁର, କାଜିସାହି ଓ ତଳସାହି ବସ୍ତିକୁ ପାନୀୟଜଳ ପ୍ରକଳ୍ପରୁ ପାଣି ଆସୁ ନାହିଁ । ପିଇବା ପାଣି ପାଇଁ ବାରମ୍ବାର ଅଭିଯୋଗ କଲେ ହେଲେ ସମାଧାନ ହେଲାନି। ଶେଷରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗେଟରେ ତାଲା ପକାଇ ଥିଲେ । ମିଟିଙ୍ଗ ଚାଲିଥିବା ବେଳେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିତରକୁ ପଶି ଟେବୁଲ ଉପରେ ଚେୟାର ବାଡେଇଲେ।

Umasankar Adv

ଅଭିଯୋଗ ହୋଇଛି କି ଟିୟୁବୱେଲ ଗୁଡିକ ମଧ୍ୟ ଅଚଳ ହୋଇ ପଡିଛି । ଫଳରେ ବସ୍ତି ବାସିନ୍ଦାମାନେ ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ମାସେ ପୂର୍ବରୁ ବିଡ଼ିଓଙ୍କୁ ଅବଗତ କରାଯାଇଥିଲା । ହେଲେ ସମସ୍ୟାର ସମଧାନ ନହେବାରୁ ଆଜି ମହିଳାମାନେ ଆସି ବ୍ଲକ ଗେଟରେ ତାଲା ପକାଇବା ସହ ହୋହାଲ୍ଲା କରିଥିଲେ। ଅନ୍ୟପକ୍ଷରେ ଆଳି ବିଡିଓ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଖୁବଶୀଘ୍ର ପିଇବା ପାଣି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

057 code kasam
Leave A Reply

Your email address will not be published.