ମାଛ ପାଇଁ ଯାଇଛି ଝିଅ କାହିଁ ଫେରୁନି ଭାବି ମା’ ମନ ଭାରି ଅଥୟ । କଣ ହେଲା କିଛି ଅଘଟଣ ଘଟିଲା କି ଭାବି ମା’ ମନ ପାପ ଛୁଉଁ ଥାଏ l ଅଧା ଘଣ୍ଟା ପରେ ଆଉ ମା ଥୟ ଧରି ରହି ପାରିଲାନି l ବାହାରିଗଲା ଝିଅକୁ ଖୋଜିବା ପାଇଁ, କିନ୍ତୁ ଝିଅ ଗଲା କୁଆଡେ ? ଏପାଖ ସେପାଖ ହୋଇ ଚାରି ଆଡେ ଚାହିଁଲେ ଖୋଜିଲେ l ଆଉ ତାପରେ ସମସ୍ତଙ୍କ ଘରକୁ ଯାଇ ସିସିଟିଭି ଚେକ୍ କରାଗଲା । ସିସିଟିଭିରେ ଦେଖିବାକୁ ମିଳିଥିଲା ଝିଅ ଚାଲି ଚାଲି ଯାଉଛି ଆଉ ଆଗରେ ଦୁଇ ଜଣ ମହିଳା ପୁରୁଷ ମଧ୍ୟ ଯାଉଛନ୍ତି l ସଙ୍ଗେ ସଙ୍ଗେ ଯାଇ ମଞ୍ଚେଶ୍ୱର ପୋଲିସକୁ ଖବର ଦେଲେ l ତା’ପରେ ହୋଇଥିଲା ତନାଘନା ।
ତେବେ ପୁରା ଘଟଣାଟି ହେଉଛି, ମଞ୍ଚେଶ୍ୱର ସମେଇଗାଡ଼ିଆ ଅଞ୍ଚଳରେ ନିତ୍ୟାଞ୍ଜଳି ବେହୁରିଆ ନିଜ ବାର ବର୍ଷର ଝିଅ ସହିତ ଭଡାରେ ରୁହନ୍ତି l ସ୍ୱାମୀ ବାହାରେ ରୁହନ୍ତି l ଝିଅଟି ଷଷ୍ଠ ଶ୍ରେଣୀ ପାଠ ପଢେ l କ୍ଲାସ ରେ ଭଲ ମାର୍କ ରଖି ସମସ୍ତଙ୍କର ମନ ଜିଣିଥିଲେ l ଘଟଣା ଦିନ ମା’ ସକାଳ ସାଢେ ଆଠଟାରେ ପଠାଇଥିଲେ ଝିଅକୁ ବଜ଼ାରରୁ ମାଛ କିଣି ଆଣିବାକୁ l କିନ୍ତୁ ଝିଅ ଯିବାର ଅନେକ ସମୟ ପରେ ବି ଘରକୁ ନଫେରିବାରୁ ମା ମନରେ ଶଙ୍କା ଉପୁଜି ଥିଲା l ତେଣୁ ମା’ ଖୋଜା ଖୋଜି କରି ନପାଇ ପୋଲିସର ଦ୍ୱାରସ୍ତ ହୋଇଥିଲା l ତାପରେ ପୋଲିସ ସିସିଟିଭି ଆଧାରରେ ଖୋଜି ଚାଲିଲା l ୧୨ ରୁ ୧୩ ଘଣ୍ଟାର ଅପେରସନ ପରେ ପହଞ୍ଚିଥିଲା କୁନି ଝିଅଟି ନିକଟରେ l


ଜଣେ ବ୍ୟକ୍ତିଙ୍କ ଘରେ କୁନି ଝିଅ ରାନୀକୁ ପାଇଥିଲେ l କିନ୍ତୁ କୁନି ଝିଅ ଘରକୁ ଫେରିବା ପରେ ମା’ ର ଖୁସି କହିଲେ ନସରେ l ଝିଅକୁ କୋଳେଇ ଗେଲ କରି ପକାଇଲେ l ଏଥି ପାଇଁ ପୋଲିସକୁ ମଧ୍ୟ ଧନ୍ୟବାଦ ଦେଲେ ମା ନିତ୍ୟାଞ୍ଜଳି l ତା ଛଡା ଏତେ ବଡ଼ ସଫଳତା ପାଇଁ ମଞ୍ଚେଶ୍ୱର ପୋଲିସକୁ ଯେତେ ଧନ୍ୟବାଦ ଦେଲେବି କମ ପଡିବ l ମାତ୍ର କେଇଟା ଘଣ୍ଟାରେ ଖୋଜି ପାଇଗଲେ କୁନି ଝିଅକୁ l କିନ୍ତୁ କୁନି ଝିଅ କହିବା କଥା କି ତାକୁ କେହି ବ୍ୟକ୍ତି ପ୍ରଥମେ ତଳେ ଟଙ୍କା ପକାଇ ସେ ଟଙ୍କା ଉଠାଇବା ପାଇଁ କହିଥିଲେ । ସେହି ଟଙ୍କା ଉଠାଇ ଦେବା ପରେ ତାକୁ କିଛି ଶୁଂଘାଇ ନେଇ ଯାଉଥିଲେ ବୋଲି କହିଥିଲେ l
ତେଣୁ ପ୍ରତ୍ୟେକ ବାପା ମା’ ମାନଙ୍କୁ ଅନୁରୋଧ ସମସ୍ତେ ନିଜ ଛୁଆ ଝିଅ ପୁଅ ମାନଙ୍କୁ ନଜର ରଖନ୍ତୁ l ବାହାରକୁ ଏକା ଯିବାକୁ ଦିଅନ୍ତୁ ନାହିଁ l ସବୁ ସମୟରେ ସବୁ ନାବାଳିକା ନାବାଳକ ମାନଙ୍କୁ ଅଜଣା ଲୋକଙ୍କ ନିକଟକୁ ଯିବାକୁ ବାରଣ କରନ୍ତୁ l ବାହାରକୁ ଗଲେ ଯଦି କାହାକୁ ସନ୍ଦେହ ହେଉଛି ତେବେ ସେ ସ୍ଥାନ ତୁରନ୍ତ ଛାଡିବାକୁ ପରାମର୍ଶ ଦିଅନ୍ତୁ l ସଚେତନତା ବାର୍ତ୍ତାଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଯାହା ଫଳରେ ସମସ୍ତେ ସତର୍କତା ଅବଲମ୍ବନ କରିପାରିବେ l କାହିଁକି ନା ଏମିତି ବହୁତ ଘଟଣା ଘଟିଗଲାଣି l ଆଗକୁ ସତର୍କ ରହିଲେ ଛୁଆ ଚୋରି ରୋକି ହେବ l
