ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଫୁଲବାଣୀ: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ( ପଞ୍ଚାୟତ ଭବନ), ଫୁଲବାଣୀ ଠାରେ ଅଧ୍ୟକ୍ଷ, ଦିଶା ଅଧିବେଶନ ତଥା ମାନ୍ୟବର ଲୋକସଭା ସଦସ୍ୟ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ, କନ୍ଧମାଳର ପ୍ରଥମ ଦିଶା ଅଧିବେଶନ ତଥା ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ପାଣିଗ୍ରାହୀ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ପର୍ଯ୍ୟଟନ ଇତ୍ୟାଦି ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସମୀକ୍ଷା କରି କହିଥିଲେ ଯେ ସମସ୍ତେ ମିଳିମିଶି ଜିଲ୍ଲାର ବିକାଶ କରିବା ହେଉଛି ଏହି ଅଧିବେଶନର ମୂଳ ଲକ୍ଷ୍ୟ । ଲୋକଙ୍କ ପାଖକୁ ଯାଇ ସରକାରୀ ଯୋଜନା ବିଷୟରେ ବୁଝାଇଲେ ଲୋକମାନେ ତାହାର ଲାଭନେଇପାରିବେ ଏହା ସମସ୍ତଙ୍କର ଦାୟିତ୍ୱ । କନ୍ଧମାଳବାସୀ ଆମ ପରିବାର, ଏହି ଭାବନା ନେଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ, ମାନ୍ୟବର ବିଧାୟକ, ଜି ଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ବିଜ୍ଞାପିତ ଅଞ୍ଚଳ, ବାଳିଗୁଡ଼ା ଓ ଜି ଉଦୟଗିରିର ଅଧ୍ୟକ୍ଷ/ଅଧ୍ୟକ୍ଷା, ୧୨ ଗୋଟି‌ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.