ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥମୁନି ପ୍ରସୂତି-ଶିଶୁ ମୃତ୍ୟୁ ସଂଖ୍ୟା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି…

KANDHMAL NEWS: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଜଣେ ଶିଶୁକନ୍ୟାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୃତ ଶିଶୁକନ୍ୟାଙ୍କ ବାପା ହନି ସିମନ ନାୟକ ଲିଖିତ ଅଭିଯୋଗ କରିଛନ୍ତି। ସେ ଏହି ଅଭିଯୋଗ ପତ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ସ୍ବାଗତ ସେନାପତିଙ୍କୁ ବୁଧବାର ବିଳମ୍ବିତ ରାତିରେ ଦେଇଛନ୍ତି।

ଅଭିଯୋଗ ପାଇବା ପରେ ଡାକ୍ତର ସେନାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତଦନ୍ତ ଦୁଇଟି ପ୍ରକ୍ରିୟାରେ କରାଯିବ ଗୋଟିଏ ତଦନ୍ତ ମୃତକଙ୍କ ଘରକୁ ଯାଇ ଏବଂ ଅନ୍ୟଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଏବଂ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।

Umasankar Adv

ପ୍ରକାଶ ଯେ, ଶିଶୁକନ୍ୟାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଥଣ୍ଡା ଜ୍ୱର ହୋଇଥିଲା ବୁଧବାର ସକାଳ ୧୦ଟାରେ ଶିଶୁଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକୁ ଆଣି ଚିକିତ୍ସା କରାଇଥିଲେ ହେଲେ ଚିକିତ୍ସା କରୁଥିବା ଡାକ୍ତର ଶିଶୁଙ୍କୁ ବିନା ସ୍ପର୍ଶରେ ଔଷଧ ଲେଖିଦେଇ ଘରକୁ ନେଇଯିବାକୁ କହିଥିଲେ। ପରେ ପରିବାର ଲୋକ ଶିଶୁଙ୍କୁ ନେଇ ଘରକୁ ଯାଇ ଡାକ୍ତର ଲେଖିଥିବା ଔଷଧ ଖାଇବାକୁ ଦେଇଥିଲେ। ଶିଶୁ ସୁସ୍ଥ ହେବା ବଦଳରେ ଗୁରୁତର ହୋଇପଡ଼ିଥିଲେ। ପୁଣି ପରିବାର ଲୋକ ରାତି ୯ଟାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଶିଶୁଙ୍କୁ ନେଇ ଆସିଥିଲେ ତେବେ ଡାକ୍ତର ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ଶିଶୁର ମୃତ୍ୟୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଚାପା ଉତ୍ତେଜନା ଦେଖାଯାଇଥିଲା। ପରିବାର ଲୋକ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁ ତାଙ୍କ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲିଖିତ ଭାବେ ଜଣାଇଛନ୍ତି।

ସୂଚନା ଥାଉକି, ଚଳିତ ୩ରେ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହି ସମୟରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ହୋଇଥିଲା। ବାରମ୍ବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚକରେ ଅସନ୍ତୋଷ ଦେଖାଯିବ ସହ ବାରମ୍ବାର ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି ଜଲା ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଶିଶୁ ଓ ମହିଳା ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାଗଲେ ଅଞ୍ଚଳରେ ମାତୃ ଓ ଶିଶୁ ମୃତହାର କମିବ ବୋଲି କୁହାଯାଉଛି।

Leave A Reply

Your email address will not be published.