ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ଭାଜପାର ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବ୍ରାହ୍ମଣୀଗାଁ ମଣ୍ଡଳର ସଭାପତି ଗଣେଶ ଡାକୁଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଦଳର ଜିଲା ସଭାପତି ପଣ୍ଡିତ ବିଶିମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଜିଲାର ଭାଜପା ଦଳର ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ, ପୂର୍ବତନ ମଣ୍ଡଳ ସଭାପତି ଦିବ୍ୟସିଂ ପାତ୍ର, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ପାତ୍ର, ପ୍ରଭାକର ବିଶୋଇ,ଫିଲି ବେହେରା ପାତ୍ର, ଦୀନବନ୍ଧୁ ବେହେରା ଦଳାଇ, ଶିଶିର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ କାର୍ଯ୍ୟକ୍ରମକୁ ଶ୍ୟାମ ମହାଙ୍କୁଡ଼ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଦଳକୁ କିଭଳି ଆହୁରି ମଜବୁତ କରିବା ସେନେଇ ଆଲୋଚନା କରାଯାଇଥିଲା।
ସେହିପରି କେନ୍ଦ୍ର ସରକାରଙ୍କ ୧୧ ଓ ରାଜ୍ୟର ୧ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସହିତ ବିଭିନ୍ନ ଯୋଜନା କିଭଳି ସଫଳତାର ସହ ଲୋକଙ୍କ ନିକଟରେ ଉପଲବବ୍ଧ ହେଉଛି ସେ ସମ୍ପର୍କରେ ଜିଲା ସଭାପତି ଓ ଅନ୍ୟ କର୍ମକର୍ତ୍ତା କହିଥିଲେ। ସେହିପରି ଭାରତ ପ୍ରତିରକ୍ଷା କ୍ଷେତ୍ର ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶ ହୋଇପାରିଛି ବୋଲି କୁହାଯାଇଥିଲା। ଅପରେଶନ ସିନ୍ଦୂର ଭଳି ପଦକ୍ଷେପ ନେଇ ଭାରତ ସରକାର ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କୁହାଯାଇଥିଲା। ଭାଜପାର ଜିଲା ସଭାପତି ପଣ୍ଡିତ ବିଶିମାଝୀ ଦାୟିତ୍ୱ ନେବା ପରେ ଏହା ତାଙ୍କର ବ୍ରାହ୍ମଣୀଗାଁ ପ୍ରଥମ ଗସ୍ତ ଥିବାରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
