ଖୋଲିଲା ମାଣିକ ହତ୍ୟାକାଣ୍ଡ ରହସ୍ୟ, ଗଛ କାଟିଦେଲା ବୋଲି ଭାଇକୁ ହାଣିଲା ଭାଇ

ଉଦଳା: ଗଛ କଟାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ବଡଭାଇକୁ ହାଣିଲା ସାନଭାଇ । ସାମାନ୍ୟ ଗଛ ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ଭାଇ । ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ହଁ ଆଜ୍ଞା, ବାଡ଼ିରେ ହୋଇଥିବା ଗଛ କାଟିଦେବାରୁ ବଡ଼ ଭାଇକୁ ହାଣି ମାରିଲା ସାନଭାଇ । ହାଟ ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାରେ ଫିଟିଲା ରହସ୍ୟ । ଗତ ୧୦ ତାରିଖ କପ୍ତିପଦା ଥାନା ଢୋଲଗଣ୍ଡି ଉପି ସାହି ହାଟ ନିକଟରୁ ଢୋଲଗଣ୍ଡି ଗ୍ରାମର ମାଣିକ ସିଂଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅନୁମାନ କରୁଥିଲା ପୋଲିସ । ଆଉ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନା ମୁତାବକ ମାଣିକ ସୋମବାର ଦିନ ଉପିସାହି ସାପ୍ତାହିକ ହାଟକୁ ଯାଇଥିଲେ । ହେଲେ ରାତିରେ ଘରକୁ ଫେରି ନଥିଲେ । ତେବେ ବହୁ ଖୋଜାଖୋଜି କରିବା ପରେ ମାଣିକଙ୍କର କୌଣସି ପତ୍ତା ମିଳି ନଥିଲା । ଯାହାପରେ ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ହାଟ ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

Umasankar Adv

ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । କେହି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପଛ ପାଖରୁ ହାଣି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଯାହାପରେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼ । ଯାହାପରେ ସାମ୍ନାକୁ ଆସିଛି ସତାସତ୍ୟ । ସାମାନ୍ୟ ଗଛ ପାଇଁ ଭାଇକୁ ହାଣିଲା ଭାଇ । ଆଜି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକଙ୍କ ସାନ ଭାଇ ରାଜେନ୍ଦ୍ର ସିଂ ।

ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ରହିଥିବା ବେଳେ ୬ ଦିନ ପୂର୍ବରୁ ମୃତକ ମାଣିକ ଘର ବାଡ଼ିରେ ଥିବା ଏକ ବଡ଼ ଗଛ କାଟି ଦେଇଥିଲେ । ଯାହାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା । ଆଉ ଗତ ୯ ତାରିଖ ମାଣିକ ଉପିସାହି ହାଟ ଯାଇଥିବା ବେଳେ ପଛରୁ ଏକ କଟୁରୀରେ ହାଣି ହତ୍ୟା କରିଥିଲା ସାନଭାଇ ରାଜେନ୍ଦ୍ର । ତେବେ ପୋଲିସ ତଦନ୍ତ କରିବା ପରେ ରାଜେନ୍ଦ୍ରକୁ ତା ଘରୁ ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ମଧ୍ୟ ଜବତ କରିଛି ।

ତେବେ ଏହି ହତ୍ୟାକାଣ୍ଡରେ ସାନଭାଇ ରାଜେନ୍ଦ୍ର ସହ ଅନ୍ୟ ଜଣେ ମଧ୍ୟ ସାମିଲ ଥିଲା । ଯାହାକୁ ଏବେ ଖୋଜୁଛି ପୋଲିସ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଖେଲାଇଦେଇଛି । ସାମାନ୍ୟ ଗଛ କଟାକୁ ନେଇ ଏମିତି ହତ୍ୟା ଶୁଣିଲେ ଲୋମମୂଳ ଟାଙ୍କୁରି ଉଠୁଛି । ଏଭଳି ଅପରାଧୀ ନା ପୋଲିସକୁ ଭୟ କରୁଛନ୍ତି ନା ଆଇନ କାନୁନକୁ ତେଣୁ ଅଭିଯୁକ୍ତକୁ ଉଚିତ ଶାସ୍ତି ଦିଆଯାଉ ପରିବାର ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.