ଲକ୍ଷପତି ଦିଦି ଝରଣାଙ୍କୁ ସାବାସ ଜଣାଉଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି : କନ୍ଧମାଳର ଝିଅ ତଥା ପ୍ରଥମ ଲକ୍ଷପତି ଦିଦି ଝରଣା ସାହୁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ସହ ଏସ୍‌ଏଚ୍‌ଜିମାନଙ୍କୁ ମସଲା ଜାତୀୟ ସାମଗ୍ରୀ ପ୍ରସ୍ତୁତି ସହ ହଳଦୀ, ତେନ୍ତୁଳି, ଅଦା, ଅଁଳା ଭଳି ଜଙ୍ଗଲଜାତୀୟ ଦ୍ରବ୍ୟର ପ୍ରସ୍ତୁତି ଓ ତା’ର ସୁରକ୍ଷିତ ପ୍ୟାକିଂ ଆଦି ତାଲିମ ଦେଉଛନ୍ତି। ଏହି ସବୁ ସାମଗ୍ରୀକୁ କିଭଳି ସ୍ବଚ୍ଛତାର ସହ ସଫେଇ କରି ଧୋଇବା ଶୁଖାଇବା, ତାକୁ ମେଶିନ ଚଳାଇ ପ୍ରସ୍ତୁତି କରିବା ଓ ଓଜନ ସହ ସ୍ବଚ୍ଛତାର ସହ ପ୍ୟାକିଂ କରିବା ଆଦି ତାଲିମ ପ୍ରଦାନ କରୁଛନ୍ତି ବିଶେଷ କରି ମହିଳାମାନେ ସ୍ବରାଜଗାରକ୍ଷମ ହେବା ପାଇଁ ଘରେ ରହି ମଧ୍ୟ ଉପରୋକ୍ତ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇପାରିବେ ଯାହାକି ଝରଣା ଛୋଟରୁ ଏଭଳି କାର୍ଯ୍ୟ ଆରମ୍ଭ କରି ଧିରେ ଧିରେ ଜଣେ ଉଦ୍ୟୋଗୀପତି ହୋଇପାରିଛନ୍ତି ଏବଂ ସେ ନିଜେ ରୋଜଗାର କରିବା ସହ ତାଲିମ ପ୍ରଦାନ କରିବା ଦକ୍ଷତା ମଧ୍ୟ ରଖିଛନ୍ତି। ଗ୍ରାମ ଉଦ୍ୟୋଗ ବିକାଶ ଯୋଜନାରେ ଏହି ଏବେ ଆଠମଲ୍ଲିକରେ ୫ ଦିନିଆ କର୍ମଶାଳାରେ ସେଠାକାର ଜଙ୍ଗଲ ଓ ପରିବେଶ ବିଭାଗର ସହାୟତାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମସଲା ପ୍ରସ୍ତୁତି ଓ ତା’ର ସ୍ବଚ୍ଛତା ସହ ପ୍ୟାକିଂ ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ସେଠାକାର ଅଧିକାରୀମାନେ ଆୟୋଜନ କରିଥିବା ବେଳେ ପ୍ରଭାକର ସାହୁ ସହ ତାଲିମଦାତା ଭାବେ ଝରଣାଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.