ଯାଜପୁରରେ ଚିହ୍ନଟ ହେଲା କଲେରା : ୮ଟି କଲେରା ପଜିଟିଭ୍ ଚିହ୍ନଟ

ଯାଜପୁର ; ଯାଜପୁର ଜିଲ୍ଲାରେ କଲେରା ପଜିଟିଭ୍   । ସଂଗୃହୀତ ହୋଇଥିବା ନମୁନାରୁ କଲେରା ପଜିଟିଭ୍‌ ଚିହ୍ନଟ ହୋଇଛି  । ୪୧ ଝାଡ଼ା ନମୁନା ପରୀକ୍ଷା କରାଯାଇଥିଲା ।  ସେଥିରୁ ୮ଟି କଲେରା ଚିହ୍ନଟ ହୋଇଛି  ।  ଯାଜପୁର ଜିଲ୍ଲାରୁ ଆହୁରି ୨ଶହ ନମୁନା ଯାଇଛି  । ବ୍ୟାସନଗର , ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ମାନେ ଚିକିତ୍ସାଧୀନ ଅଛନ୍ତି  ।  ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନେଇ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ  ।  ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଛନ୍ତି ।   ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ  ।  ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ଯାଇଥିବା ୪୧ଜଣ ରୋଗୀଙ୍କ ନମୁନାରୁ  ୮ଟି ନମୁନାରେ ପଜିଟିଭ୍ ଚିହ୍ନଟ ହୋଇଛି  ।  ଯାହାକି ବ୍ୟ‌ାସନଗର  , ବଡଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ଚିକିତ୍ସିତ ହେଉଥିବା ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି ।   ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ୨ଶହ ନମୁନା ପରୀକ୍ଷା ପାଇଁ ଯାଇଥିବାରୁ ଏହି ସଂଖ୍ୟା ବଢିପାରେ । ତେବେ ଜିଲ୍ଲା ପ୍ରଶାସନ ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।  ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। 

Leave A Reply

Your email address will not be published.