କନ୍ଧମାଳ ରଜ ମହୋତ୍ସବ-୨୦୨୫ ପୁନମ୍ ହେଲେ ମିସେସ୍ କନ୍ଧମାଳ ଓ ଏମ.ବିଜୟ ଲକ୍ଷ୍ମୀ ହେଲେ ମିସ୍ ରଜ କୁଇନ୍..

ଫୁଲବାଣୀ – କନ୍ଧମାଳ ରଜ ମହୋତ୍ସବ ୨୦୨୫ ଅବସରରେ ଶନିବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ମିସେସ୍ କନ୍ଧମାଳ ଓ ମିସ୍ ରଜ କୁଇନ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା କନ୍ଧମାଳ ରଜ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, ସାମ୍ବାଦିକ ତଥା କାର୍ଯ୍ୟକାରି ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସହ ସଂପାଦକ ମହମ୍ମଦ ଚିସ୍ତୀ, ବରିଷ୍ଠ ସାମ୍ୱାଦିକ ସନ୍ତୋଷ ଦିଗାଲ, ସମାଜସେବୀ ତଥା କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ସ୍ୱାଇଁ, ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ l
ମିସେସ କନ୍ଧମାଳ ଭାବେ କୃଷି ବିଭାଗ ଅଧିକାରିଣୀ ପୁନମ ଚାନ୍ଦ୍ ଯୋଗ୍ୟା ବିବେଚିତ ହୋଇଥିବା ବେଳେ ରନର୍ସ ଅପ୍ ଭାବେ ଶ୍ରୀମତୀ ଅନୁଶୟା ପାଣୀଗ୍ରାହୀ, ଶ୍ରୀମତୀ କାଜଲ ନାୟକ, ଓ ଶ୍ରୀମତୀ ମୌସୁମୀ ମହାନ୍ତି ମନୋନୀତ ହୋଇଛନ୍ତି l ସେହିପରି ମିସ ରଜ କୁଇନ୍ ଭାବେ ଫୁଲବାଣୀ ର ଏମ. ବିଜୟ ଲକ୍ଷ୍ମୀ ଦୋରା, ଯୋଗ୍ୟl ବିବେଚିତ ହୋଇଥିବା ବେଳେ ରନର୍ସ ଅପ ଭାବେ ସୌମ୍ୟ ପ୍ରିୟ ଦର୍ଷିନୀ, ଲିନି ରାଣୀ ନାୟକ, ଓ ସୁଗ୍ୟାନି ନାୟକ ମନୋନିତ ହୋଇଛନ୍ତି l ଏ ଦୁଇ କାର୍ଯକ୍ରମର ବିଚାରକ ଭାବେ ବଲାଙ୍ଗୀର ର କୋରିଓ ଗ୍ରlଫର୍ ଓ ୟୁଟ୍ୟୁବର୍ ମୋନୋଜ ହରପlଲ୍, ମନିସ୍ ହରପାଲ ଓ ଶୁଭ ଲକ୍ଷ୍ମୀ ପାତ୍ର ଯୋଗ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ମୁଷ୍କାନ ସୁଆର, ଅନିତା ପଟନାୟକ, ନିବେଦିତା ନାୟକ, ଶୁଭ୍ରl ପଟ୍ଟନାୟକ, ସାଗରିକା ପଟ୍ଟନାୟକ ଭାରତୀ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ l ଅlଙ୍କର୍ ଅଶୋକ ମହାନ୍ତି ମଞ୍ଚକୁ ସୁଚାରୁରୂପେ ସମ୍ପାଦନା କରିଥିଲେ l ସନ୍ଧ୍ୟାବେଳେ ଫୁଲବାଣୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ସାଧନା ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.