ବ୍ରାହ୍ମଣୀଗାଁ : ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରୁ ଗାଡ଼ି ଚାଳକ ଓ ୩ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ତାରାତାରିଣୀ କନଷ୍ଟ୍ରକସନର ଏକ ମାଲବାହୀ ଗାଡି ନଂ.(ଓଡ଼ି ଠ୭ଏଫ ୭୧୫୧)ରେ ହିଟାଚି ମେସିନ ବୋଝେଇ ହୋଇ ଗଜପତି ଜିଲା ଚନ୍ଦ୍ରଗିରିଠାରୁ କନ୍ଧମାଳ ଜିଲା ବାଲିଗୁଡ଼ା ନିକଟ ମହାସିଙ୍ଗି ଅଭିମୁଖେ ଯାଉଥିଲା।