ବାଙ୍କୀ ଘୋଳପୁରରେ ବଢିଚାଲିଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା

ବାଙ୍କୀ: କଟକ ବାଙ୍କୀ ଘୋଳପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଝାଡ଼ାବାନ୍ତିରେ ୨୯ ଜଣ ଆକ୍ରାନ୍ତ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏବେବି ୫ ଜଣ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡ଼ାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇ ରୋଗୀମାନଙ୍କର ଚିକିତ୍ସା କରିବା ସହ ଝାଡ଼ାବାନ୍ତି ପାଇଁ ଔଷଧ, ହେଲୋଜିନ ବଟିକା, ବଣ୍ଟନ କରିଥିଲେ ।

ଏହାସହ ଖୋଲା କୂଅ, ନଳକୂଅ ଗୁଡିକରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବ ସହ, ପାଣି ନମୁନା ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଅମରେଶ ସାହୁ । ଲୋକଙ୍କୁ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି ।

Umasankar Adv
Leave A Reply

Your email address will not be published.