ଯାଜପୁର: ଯାଜପୁରରେ କାୟା ମେଲାଉଛି ଝାଡାବାନ୍ତି । ଆଜି ଆଉ ଦୁଇଜଣଙ୍କ ମୃତ୍ୟୁ । ମୋଟ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର । ୭୦୦ରୁ ଅଧିକ ଆକ୍ରାନ୍ ହୋଇଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଯାଜପୁର ଗସ୍ତରେ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଡାଇରିଆ ସ୍ଥିତି ସମୀକ୍ଷା କରିବେ । ସେପଟେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବେ । ଟିମରେ ICMR, NCDC, WHO ଭଳି ସଂସ୍ଥାର ସଦସ୍ୟ ଅଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ପ୍ରଭାବିତ ଅଞ୍ଚଳକୁ ଯିବେ ।

ଯାଜପୁରରେ ୧୧ କଲେରା କେସ୍ ଚିହ୍ନଟ ହେବା ପରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନପିଇବାକୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଅଂଚଳଗୁଡିକରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି ।