ଅହମ୍ମଦାବାଦ: ସାମ୍ନାକୁ ଆସିବ ଅହମ୍ମଦାବାଦ ପ୍ଲେନ କ୍ରାସର ରହସ୍ୟ । କେମିତି ହେଲା ଦୁର୍ଘଟଣା? ଘଟଣାସ୍ଥଳରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଟିମ୍ ତଦନ୍ତ ଚଳାଇଛି । ବ୍ଲାକ ବକ୍ସ ଡିକୋଡିଂ ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ।
ଅହମ୍ମଦାବାଦ ଏୟାର କ୍ରାଶର ତଦନ୍ତ ପାଇଁ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି। ଆତଙ୍କବାଦ, ବୈଷୟିକ ତ୍ରୁଟି, ମାନବୀୟ ତ୍ରୁଟି ଭଳି ବିଭିନ୍ନ ଦିଗରୁ ତଦନ୍ତ କରି କମିଟି ତିନି ମାସ ମଧ୍ୟରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବ । ବିଭିନ୍ନ ଦିଗରୁ ଦୁର୍ଘଟଣାର ତଦନ୍ତକୁ ସ୍ୱାଗତ କରିଛନ୍ତି ଆଭିଏସନ ଏକ୍ସପର୍ଟ । ଏପଟେ ମୃତକଙ୍କ ମଧ୍ୟରୁ ମଧ୍ୟରୁ ୧୧ଜଣଙ୍କ DNA ମ୍ୟାଚ ହୋଇସାରିଛି । DNA ମ୍ୟାଚ ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। FSL ଏବଂ NFSU ଟିମ୍ ଅନ୍ୟ ମୃତକଙ୍କ ପରିଚୟ ଖୋଜିବାରେ ଲାଗିପଡ଼ିଛନ୍ତି ।
