କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ ଧରିଲେ ମତ୍ସ୍ୟଜୀବୀ, ଶସ୍ତା ହୋଇପାରେ ଦାମ

ଜଳେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ । ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମୋହନା ମାଛ ମାର୍କେଟରେ ଆଜି ପ୍ରବଳ ଇଲିସି ମାଛ ଧରାଯାଇଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ଦୀଘା ମୁହାଁଣ ମୋହନା ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି ବିକ୍ରି ହେଉଥିବାରୁ ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିଛି । ତେବେ ଲଘୁଚାପ ଜନିତ ବର୍ଷାରେ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିସି ମାଛ ମତ୍ସଜୀବୀଙ୍କ ଜାଲରେ ଧରା ପଡିଛି ।

କହି ରଖୁଛୁ ଗତ କିଛି ବର୍ଷ ଧରି ମତ୍ସଜୀବୀଙ୍କ ଜାଲରେ ଆଶାନୁରୂପେ ଇଲିସି ମାଛ ସମୁଦ୍ରରୁ ଧରା ଯାଉ ନଥିଲା । ଏନେଇ ଟ୍ରଲର ମାଲିକ ଓ ମତ୍ସଜୀବୀମାନେ ନିରାଶ ହେଉଥିଲେ । କିନ୍ତୁ ଚଳିତ ବର୍ଷ ବର୍ଷାଋତୁ ଆରମ୍ଭରୁ ହିଁ ପ୍ରଚୁର ଇଲିସି ମାଛ ଧରାଯାଇଛି । ବଙ୍ଗୋପସାଗରରେ ପ୍ରଚୁର ପରିମାଣରେ ଇଲିସି ମାଛ ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହେଉଛନ୍ତି ବୋଲି ମତ୍ସ୍ୟଜୀବିମାନେ କହିଛନ୍ତି । ଝିପିଝିପି ବର୍ଷାରେ ଦୀଘା ଉପକୂଳରେ ପ୍ରଚୁର ଇଲିସି ମାଛ ଧରାଯାଇବାରୁ ହାଟ ବଜାରରେ ମଧ୍ୟ ଇଲିସି ଆମଦାନୀ ହେଉଛି । ୨୦୦ ଗ୍ରାମର ଇଲିସି ୪୦୦ ଶହ ଟଙ୍କା, ୫ ଶହ ଗ୍ରାମ ଓଜନର ଇଲିସି ସାଢେ ୮ ଶହ ଓ ଏକ କେଜି ଓଜନର ଇଲିସି ୧୫ ଶହ ଟଙ୍କାରେ ବିକ୍ରି ହେଉଛି । ତେବେ ପ୍ରଥମ ବର୍ଷାରେ ଏତେ ମାତ୍ରାରେ ଇଲିସି ମାଛ ଧରା ପଡିଥିବାରୁ ଆଗକୁ ପ୍ରଚୁର ଇଲିସି ମାଛ ମରାଯିବା ନେଇ ସମ୍ଭାବନା ରହିଛି ବୋଲି ଦୀଘା ମତ୍ସଜୀବୀ ସଙ୍ଘ ପକ୍ଷରୁ ସୂଚନା ମିଳିଛି ।

Umasankar Adv

ଅନ୍ୟ ଲୁଣି ମାଛ ଅପେକ୍ଷା ଇଲିସିର ସ୍ୱାଦ ଭିନ୍ନ । ଇଲିସି ମାଛ ପ୍ରତି ଲୋକଙ୍କ ରୁଚି ଅଧିକ ଥିବାରୁ ଏହାର ଦାମ ଅଧିକ । ସମୁଦ୍ରରେ ଇଲିସି ଆଶାନୁରୂପକ ମତ୍ସଜୀବୀଙ୍କ ଜାଲରେ ଧରା ପଡିଲେ ଓଡିଶା ଓ ପଶ୍ଚିମ ବଙ୍ଗ ହାଟ ବଜାରରେ ଇଲିସିର ଦାମ ଶସ୍ତା ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.