ଚଳନ୍ତା ବାଇକରୁ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଯାଜପୁର: ଚଳନ୍ତା ବାଇକରୁ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ । ଯାଜପୁର ଜିଲ୍ଲା ଜାରକା ବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଲୁଟ ସମୟର ଦୃଶ୍ୟ । ସୂଚନା ମୁତାବକ, ବ୍ରହ୍ମବରଦା ଥାନା ରୁଦ୍ରପୁର ବଡବାଘସାହି ଅଞ୍ଚଳର କୁଶଦେବ ମହାନ୍ତିଙ୍କ ଝିଅ ସୁମିତ୍ରା ଓ ତାଙ୍କ ଭଉଣୀ କୁଆଖିଆରୁ ଜାରକା ବଜାରକୁ ଆସୁଥିଲେ ।

ବସ ଷ୍ଟାଣ୍ଡ ନିକଟରେ ପହଞ୍ଚିଥିବା ବେଳେ ପୂର୍ବରୁ ପଲସର ବାଇକରେ ପିଛା କରୁଥିବା ଦୁଇଜଣ ଦୁର୍ବୁତ୍ତ ହଠାତ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ପରେ ସୁମିତ୍ରା ଦୁର୍ବୁତ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ଟେର ପାଇନଥିଲେ । ଲୁଟ ହୋଇଥିବା ସୁନା ଚେନ୍ ୧୦ଗ୍ରାମ ଓଜନର ହୋଇଥିବା ବେଳେ ସୁମିତ୍ରା ଏନେଇ ଧର୍ମଶାଳା ଥାନାରେ ଅଭଯୋଗ କରିଛନ୍ତି ।

Umasankar Adv

ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ପୋଲିସ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଦୁର୍ବୁତ୍ତଙ୍କ ଫଟୋ କଏଦ ହୋଇଥିବା ବେଳେ ତାକୁ ନେଇ ଛାନଭିନ ଆରମ୍ଭ କରିଛି । ତେବେ ତୁରନ୍ତ ଅଭିଯୁକ୍ତକୁ ଧରିବା ସହ କଠୋରରୁ କଠୋର ଦଣ୍ଡ ଦେବାପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.