ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ କଲା ସିଏମସି ଟିମ୍

କଟକ : କଟକ ସହରରେ ବେଆଇନ ଭାବରେ ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଜି ରେଡ କରିଛି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ।  ଶଙ୍କରପୁର ଦାସସାହି ଏବଂ ଉପର ସାହି ଅଞ୍ଚଳରେ  ଏକାଧିକ ପାଣି କମ୍ପାନୀ ଉପରେ ସିଏମସିର ଟିମ୍ ଚଢାଉ କରିଛି । ନା ବୋରିଙ୍ଗ ପାଣି ବ୍ୟବହାର କରାଯାଉଛି ନା ଏହାକୁ ବିଶୋଧନ କରାଯାଉଛି, ନା ଅଛି କୌଣସି ପଞ୍ଜିକରଣ ସମ୍ପର୍କିତ କାଗଜପତ୍ର ।

ଚଢାଉ ପରେ ପାଣି କମ୍ପାନୀଗୁଡ଼ିକ ସିଲ କରିଛି ସି ଏମ ସି ସ୍ବାସ୍ଥ୍ୟ ବିଭାଗ । ଡାଇରିଆର ଭୟାବହତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।  ତେବେ ଯଦି ଡାଇରିଆକୁ ନେଇ  ଏବେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇ ନ ଥାନ୍ତା, ହୁଏତ ଏହିପରି ରେଡ ଦେଖିବାକୁ ମିଳି ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Umasankar Adv

ଆପଣ ଯଦି କୌଣସି ବାହାଘର, ବ୍ରତଘର, ଜନ୍ମ ଦିନ, ଏକଦଶାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି କିମ୍ବା ଏଥିରେ ଯୋଗ ଦେଇ କିଛି ଖାଦ୍ୟ ପାନୀୟ ଗ୍ରହଣ କରୁଛନ୍ତି ତେବେ, ଟିକେ ସତର୍କ ରୁହନ୍ତୁ ।  କାରଣ କାଚକେନ୍ଦୁ ଭଳି ପରିଷ୍କାର ଦିଶୁଥିବା ଗୋଟେ ଗ୍ଲାସ୍ ପାଣି ଆପଣଙ୍କୁ ବିପଦରେ ପକାଇ ପାରେ । ଆଉ ବର୍ତ୍ତମାନ ଡ଼ାଇରିଆ ବ୍ୟାପୁଥିବା ପରିସ୍ଥିତିରେ ଏହି ପାଣି ଆପଣଙ୍କ ଶରୀରକୁ ଗଲା ତେବେ କଥା ସରିଲା । ସଜେଇ ହୋଇ ବିଭିନ୍ନ ବଡ ବଡ଼ ଜାର ଭିତରେ ଥିବା ପାଣିର ବାସ୍ତବତା ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇ ଯିବେ ।  ସିଧା ଟ୍ୟାପ୍ ରୁ ପାଣି ଭରି କେବଳ ଥଣ୍ଡା କରି ଦିଆଯାଉଛି । ଆଉ ଆଣି ପହଞ୍ଚାଇ ଦିଆଯାଉଛି ଆପଣଙ୍କ ପାଖରେ।

Leave A Reply

Your email address will not be published.