ଯୁବକକୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ପୋଲସରା : ଯୁବକକୁ ପଥରରେ ଛେଚି ହତ୍ୟା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଜରଡ ଛକ ନିକଟରୁ ହତ୍ୟା ଅଭିଯୋଗ। ମୃତକ ହେଲେ ଆଠଗଡ଼ ପାଟଣା ଅଞ୍ଚଳର ସାଗର ନାହାକ ।

ଗତକାଲି ସନ୍ଧ୍ୟାରେ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ କହି ଘରୁ ଯାଇଥିଲେ , ହେଲେ ଆଉ ଫେରିନଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘରକୁ ଆଣିଥିଲେ । ସାଗରଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।

Umasankar Adv
Leave A Reply

Your email address will not be published.