ବରଯାତ୍ରୀଙ୍କ ଉପରେ ପଡିଲା ବିରାଟ ଆମ୍ବ ଗଛ, ଜଣେ ମୃତ ୩ ଗୁରୁତର

ବାଂଶପାଳ: ବର ସାଙ୍ଗରେ ବରଯାତ୍ରୀ ହୋଇ ଯାଉଥିଲେ ପ୍ରଶାନ୍ତ କୁମାର । କନିଆ ଘରେ ପହଞ୍ଚି ବାହାଘରର ମଜା ନେଇଥାନ୍ତେ । ନାଚି ନାଚି ବର ଧରି ଯାଉଥିଲେ ପ୍ରଶାନ୍ତ । କିନ୍ତୁ ରାସ୍ତା ମଝିରେ ଯେ ତାଙ୍କ ସହ ବଡ଼ ଅଘଟଣ ଘଟିଯିବ କେହି କେବେ କଳ୍ପନା ବି କରିନଥିଲେ । ହଠାତ ବରଯାତ୍ରୀଙ୍କ ଉପରେ ଏକ ବିରାଟ ଆମ୍ବଗଛ ପଡ଼ିଗଲା । ଆଉ ଚାହୁଁ ଚାହୁଁ ପ୍ରଶାନ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

କେନ୍ଦୁଝର ବାଂଶପାଳ କରଦାଙ୍ଗି ଗାଁ ଆମ୍ବତୋଟାଠାରେ ବରଯାତ୍ରୀ ଉପରେ ଏକ ବିରାଟ ଆମ୍ବଗଛ ପଡିଯିବାରୁ ଜଣେ ବରଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗତକାଲି ଅପରାହ୍ନରେ ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁରୁ ଏକ ବରଯାତ୍ରୀ ଦଳ ସରେଇ ଗାଁକୁ ଯାଉଥିଲା । ଏହି ସମୟରେ କନ୍ୟା ଘର ଠାରୁ ମାତ୍ର ୨ କିମି ଦୂର କରଦାଙ୍ଗି ଗାଁ ଆମ୍ବତୋଟା ଠାରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ରାସ୍ତା କଡରେ ଥିବା ଏକ ପୁରୁଣା ଆମ୍ବ ଗଛଟି ଡିଜେ ଗାଡ଼ି ଯିବାରେ ପ୍ରତିବନ୍ଧକ ସାଜିଥିଲା । ତେବେ ଗଛ ଡାଳ ସଫା କରୁଥିବାବେଳେ ଗଛଟି କିଛି ବରଯାତ୍ରୀଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ କତରାପାଲି ଗାଁର ବରଯାତ୍ରୀ ଭାବେ ଯାଉଥିବା ପ୍ରଶାନ୍ତ କୁମାର ବିଶ୍ବାଳଙ୍କ ମୃତ୍ୟୁ ଘଟିଛି । ଏଭଳି ଅଘଟଣକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Umasankar Adv
Leave A Reply

Your email address will not be published.