ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ, ଆଜି ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି

ବୌଦ୍ଧ : ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ ।  ଜିଲ୍ଲାରେ ପ୍ରବଳ ଉତ୍ସାହ ।  ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି ।  ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି ।

ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ ।  ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି ।  ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ । ଭକ୍ତମାନେ ସୁବିଧାରେ ଭୈରବୀ ମନ୍ଦିରକୁ ଯାଇପାରିବେ ।  ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ ଏହି ରେଳ ସେବା ।  ଉଦଘାଟନକୁ ପ୍ରତୀକ୍ଷା କରିଛନ୍ତି ବୌଦ୍ଧବାସୀ । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ବୌଦ୍ଧ ହରଭଙ୍ଗା ରିପୋର୍ଟର ହିମାଂଶୁ ଶେଖର ସାହୁ  ।

Umasankar Adv
Leave A Reply

Your email address will not be published.