ଜଳେଶ୍ୱର : ପୁଅବୋହୂଙ୍କ ନିର୍ଯାତନା ବାବଦରେ ଦୋକାନ କାନ୍ଥରେ ପୋଷ୍ଟର ମାରି ବୃଦ୍ଧ ବାପାଙ୍କ ଆତ୍ମହତ୍ଯା ଉଦ୍ଯମ । ବିଷ ପିଇଦେବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ମଳଂବାଲିକୁଟୀ ଗାଁର ୭୦ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ବେହେରାଙ୍କୁ ତାଙ୍କ ପୁଅ ଗୌରାଙ୍ଗ ଓ ବୋହୁ ରଞ୍ଜିତା ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।
ଗତକାଲି ପଇଡ଼ ବିକ୍ରି କରିବାକୁ କେନ୍ଦ୍ର କରି ପୁଅ ଗୌରାଙ୍ଗ ବୃଦ୍ଧା ବାପାଙ୍କୁ ପିଟିବା ସହ ଘରୁ ବାହାରି ଯିବାକୁ କହିଥିଲେ । ବାରମ୍ବାର ପୁଅବୋହୂ ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଗୌରାଙ୍ଗ ଘଟଣା ଲୋକଲୋଚନକୁ ଆଣିବା ପାଇଁ କାଗଜରେ ସମସ୍ତ କଥା ଲେଖି ସ୍ଥାନୀୟ ମାନ୍ଧାତା ବଜାର ଦୋକାନ କାନ୍ଥରେ ପୋଷ୍ଟର ମାରିଥିଲେ । ଗତକାଲି ବିଳମ୍ବିତ ରାତିରେ ଦେବେନ୍ଦ୍ର ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
