ବ୍ରହ୍ମପୁର : ଗତ ଶନିବାର ମଧ୍ୟାହ୍ନରେ ଫୁଲବାଣୀ ସ୍ଥିତ PNB ଶାଖା ପରିଷରରେ ବ୍ରହ୍ମପୁର PNB ମଣ୍ଡଳ ଆନୁକୂଲ୍ୟରେ ଅତିକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସୁବିଧା ପାଇବା ଉପରେ ଏକ ସମ୍ମିଳନୀ/ସଭାର ଆୟୋଜନ କରାଯାଇଥିଲା । ଛୋଟ ଓ ମଧ୍ୟମ ଉଦ୍ୟୋଗ (MSME) ଖାତିରେ ସଚେତନତା ବଢାଇବା ଓ ବ୍ୟବସାୟୀମାନଙ୍କୁ ବ୍ୟାଙ୍କିଂ ସୁବିଧା ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (PNB), ବ୍ରହ୍ମପୁର ସର୍କଲ୍ ଦ୍ୱାରା ଏକ ବିଶେଷ MSME ସମ୍ମିଳନୀ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ PNB ବ୍ରହ୍ମପୁର ସର୍କଲ୍ ହେଡ୍ ଶ୍ରୀ ପ୍ରତାପ ବୈରିଗଞ୍ଜନ ଅଧ୍ୟକ୍ଷତା କରିଥିଲେ ଓ ଅତିଥି ଭାବରେ DIC, କନ୍ଧମାଳର ଜେନେରାଲ୍ ମ୍ୟାନେଜର୍ ମିସ୍ ଶକ୍ତିସୁଧା ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଥିଲେ –DIC IPO ଶ୍ରୀ ବନମାଳି ଟୋପ୍ପୋ,PNB କ୍ରେଡିଟ୍ ମୁଖ୍ୟ ବ୍ୟବସ୍ଥାପକ (Chief Manager, Credit CO) ଶ୍ରୀ ସୁବ୍ରତ ଦେବତା,
PLP ହେଡ୍ ବ୍ରହ୍ମପୁର ଶ୍ରୀ ରାଜେଶ ମହାନ୍ତ,ଓ ସିନିୟର୍ ବ୍ରାଞ୍ଚ୍ ମ୍ୟାନେଜର୍ ଶ୍ରୀ ସାଇ ଅଶିଷ ବେହେରା।
ସମ୍ମିଳନୀରେ ବ୍ୟବସାୟୀମାନେ ଏହି ବ୍ୟବସ୍ଥା ଦ୍ୱାରା କିପରି ସହଜରେ ଋଣ ସୁବିଧା ପାଇପାରିବେ, ସରକାରୀ ଯୋଜନା ଓ ସହଯୋଗ ପ୍ରଣାଳୀ ବିଷୟରେ ଅନେକ ଜଣାଣି ମିଳିଥିଲା। ବ୍ୟାଙ୍କ ପ୍ରତିନିଧିମାନେ MSME ଶ୍ରେଣୀକୁ ଆସୁଥିବା ଅନେକ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରି ସମାଧାନ କରିବା ପ୍ରସ୍ତାବ ଦେଇଥିଲେ। ଏହି ସମ୍ମିଳନୀ ଦ୍ୱାରା ସ୍ଥାନୀୟ ଉଦ୍ୟୋଗୀ ଓ ଉଦ୍ୟମୀମାନେ ଅଧିକ ସଚେତନ ହୋଇଥିବା ଏବଂ ବ୍ୟାଙ୍କ-ସରକାରୀ ମିଳିତ ପ୍ରୟାସ ଦ୍ୱାରା MSME ଖାତିରେ ନୂତନ ଅବସର ସୃଷ୍ଟି ହେବ ବୋଲି ଆଶା କରାଯାଇଛି। .. .
