‘ଦୃଶ୍ୟମ’ ଷ୍ଟାଇଲରେ ହତ୍ୟା, ବୋହୂକୁ ମାରି ଘର ବାହାରେ ପୋତିଦେଲେ ଶାଶୁଘର ଲୋକ

ଆଉ ଏକ ବଧୂ ହତ୍ୟା । ଦୁଇବର୍ଷ ତଳେ ବିବାହ କରିଥିବା ନବବଧୂକୁ ହତ୍ୟା କରି ମୃତଦେହକୁ ଘର ସାମ୍ନା ଗଳିରେ ପୋତିଦେଇଥିଲେ ଶାଶୁଘର ଲୋକ । ହରିଆଣାର ଫରିଦାବାଦର ଏକ ଘର ଆଗ ରାସ୍ତାରେ ଥିବା ୧୨ ଫୁଟ ଗାତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣକ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ପୂର୍ବରୁ ତାଙ୍କ ଶାଶୁଘର ଲୋକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ସେମାନଙ୍କୁ ଗିରଫ କରିଛି ।

ଖବର ମୁତାବକ, ଉତ୍ତର ପ୍ରଦେଶର ଶିକୋହାବାଦର ବାସିନ୍ଦା ୨୪ ବର୍ଷୀୟା ତନୁଙ୍କର ବିବାହ ଫରିଦାବାଦରେ ହୋଇଥିଲା  । ତନୁ ୨୦୨୩ରେ ଫରିଦାବାଦର ରୋଶନ ନଗରର ବାସିନ୍ଦା ଅରୁଣଙ୍କୁ ବିବାହ କରିଥିଲେ । ତନୁ ରାଜପୁତ ୧୦ମ ଯାଏ ପାଠ ପଢିଥିବା ବେଳେ ଅରୁଣ ମଧ୍ୟ ତାଙ୍କ ବାପାଙ୍କ ଦୋକାନରେ କପଡା ଦୋକାନରେ କାମ କରୁଥିଲେ । ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଯେବେ ପାଟିତୁଣ୍ଡ ଲା.ଗେ ତା ପରେ ତନୁ ବାପଘରକୁ ଚାଲିଯାଉଥିଲେ ।

Umasankar Adv

ତେବେ ୨୩ ଏପ୍ରିଲରେ ତନୁଙ୍କ ଶଶ୍ବୁର ଘର ଲୋକ ବୋହୂ କୁଆଡେ ଚାଲିଯାଇଛି ବୋଲି ବାପ ଘରକୁ ଫୋନ କରି କହିଥିଲେ । ଏହାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ମିଳିବା ପରେ ପୋଲିସ ନିଖୋଜ ମାମଲା ଦାୟର କରିଥିଲା । କିନ୍ତୁ ମହିଳାଙ୍କୁ କେଉଁଆଡେ ମଧ୍ୟ ପାଇନଥିଲା ।

ଏହାପରେ ପୋଲିସକୁ ସନ୍ଦେହ ହୋଇଥିଲା । ତେଣୁ ପୋଲିସ ତନୁଙ୍କ ଶାଶୁଘର ପାଖାପାଖି ଖୋଜିଥିଲା । ପ୍ରାୟ ଦୁଇ ମାସ ପୂର୍ବରୁ ବର୍ଜ୍ୟଜଳ ପାଇଁ ଡ୍ରେନ୍ ନିର୍ମାଣ ପାଇଁ ଏହି ଅଞ୍ଚଳ ଖୋଳାଯାଇଥିଲା ବୋଲି ପଡ଼ୋଶୀମାନେ ପୋଲିସକୁ କହିଥିଲେ । ଆଉ ଏକ କଂକ୍ରିଟ୍ ରାସ୍ତା ଦେଖି ସନ୍ଦେହ କରିଥିଲା । ଆଉ ରାଜମିସ୍ତ୍ରୀକୁ ପଚାରିବା ପରେ ସତ ସାମ୍ନାକୁ ଆସିଥିଲା ।

ପୋଲିସ ମାଟି ତଳୁ ମୃତଦେହ ବାହାର କରି ମୃତ୍ୟୁର ସଠିକ୍ ସମୟ ଏବଂ କାରଣ ଜାଣିବା ପାଇଁ ଏହାକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ପୋଲିସ ଅନୁଯାୟୀ, ତନୁଙ୍କ ସ୍ୱାମୀ, ଶଶୁର, ଶାଶୂ ଏବଂ ଅନ୍ୟ ଜଣେ ନିକଟ ସମ୍ପର୍କୀୟ ମାମଲାରେ ହେପାଜତରେ ଅଛନ୍ତି ।

ତନୁଙ୍କ ଭଉଣୀ ପ୍ରୀତି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀ ୨୦୨୩ ମସିହାରେ ବିବାହ ପରେ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ ।

Leave A Reply

Your email address will not be published.