ବରଗଡ଼ : ପଞ୍ଚିମ ଓଡ଼ିଶା ବରଗଡ଼କୁ ମାଡ଼ିଲାଣି ଡାଇରିଆ । ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଭାଲୁତାଲ ଗାଁରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ଘରେ ରହି ଚିକିତ୍ସା ହେଉଥିବା ବେଳେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରଗଡ ମୁଖ୍ୟ ଚିକିତ୍ସାଲୟରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି । ଆଉ ୨ ଜଣ ଭୁକ୍ତା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଗାଁରେ କେଉଁ କାରଣରୁ ଡ଼ାଇରିଆ ହୋଇଛି ସେନେଇ RBSK ଟିମ ଓ ସ୍ୱାସ୍ଥ୍ୟ ବିଭାଗ ଟିମ ସର୍ଭେ କରିବେ । ଗାଁରେ ଥିବା ନଳକୂପ ଓ ମଳ ନମୁନାକୁ IPHL ଲାବୋରଟାରୀ ପଠାଯାଇଛି । ନମୁନା ରିପୋର୍ଟ ଆସିଲେ ଡାଇରିଆ ବ୍ୟାପିବାର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ବରଗଡ ସିଡିଏମଓ କହିଛନ୍ତି ।