ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଖୋଲି ଭିତର ଗାଁରେ ବାଘ ଆତଙ୍କ । ଗାଁର ଧର୍ମୁ ଚିନ୍ଦାଙ୍କ ଗୁହାଳରେ କଲରାପତରିଆ ବାଘ ପଶି ବାଛୁରୀକୁ ଟାଣି ନେଇଛି । ବାଘ ଆକ୍ରମଣରେ ବାଛୁରୀ ଗୁରୁତର ଆହତ ହୋଇଛି । ଏବେ ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବନବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।
ସେହିପରି କିଛି ଦିନ ପୂର୍ବରୁ ନୂଆପଡ଼ାରେ ବାଘ ଆତଙ୍କ ଦେଖାଯାଇଥିଲା । ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ ବାଘ । ଧରମବନ୍ଧା ଥାନା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ ଦେଖାଯାଇଥିଲା । ଆଶରାମ ରାଉତଙ୍କ ଗୁହାଳରେ ପଶି ଗାଈକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଗ୍ରାମବାସୀଙ୍କ ହୋହଲ୍ଲା ପରେ ବାଘଟି ଗାଈକୁ ଛାଡ଼ି ଜଙ୍ଗଲକୁ ପଳାଇଥିଲା ।
