୧୧ ଦିନରେ ଇରାନ-ଇସ୍ରାଏଲ ଯୁଦ୍ଧ । ଇରାନର ୬ ଏୟାରପୋର୍ଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ । ଏଥିରେ ଇରାନର ଏକାଧିକ ବିମାନ ଧ୍ବଂସ ହୋଇଛି । ଏକ ରିଫୁଏଲିଂ ବିମାନ, F-14, F-15 ଏବଂ AH-1 ଏୟାରକ୍ରାଫ୍ଟ ଧ୍ବଂସ ହୋଇଥିବା ଦାବି କରିଛି ଇସ୍ରାଏଲ ।
୧୫ରୁ ଅଧିକ ବିମାନ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନର ମିସାଇଲ ଷ୍ଟୋରେଜ୍ ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ବହୁ ପରିମାଣର ସର୍ଫେସ୍ ଟୁ ସର୍ଫେସ୍ ମିସାଇଲ ନଷ୍ଟ ହୋଇଥିବା ଆଇଡିଏଫ ଦାବି କରିଛି । ଏହି ଆକ୍ରମଣରେ ଇରାନର ୩ଟ F-14 ଟୋମକ୍ୟାଟ ଫାଇରାନର, ୨ଟ F-5 ଫାଇଟର ଏବଂ ୮ 10ଟି AH-1 ଆକ୍ରମଣକାରୀ ହେଲିକପ୍ଟର ନଷ୍ଟ ହୋଇଛି। ଇସ୍ରାଏଲ ବିପକ୍ଷରେ ବ୍ୟବହାର ହୋଇଥାନ୍ତା ଏହି ମିସାଇଲ ।

ଜୁନ ୧୩ରେ ପ୍ରଥମେ ଇରାନ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଇରାନର ପରମାଣୁ କେନ୍ଦ୍ରରେ ଏୟାର ଷ୍ଟ୍ରାଇକ କରିଥିଲା । ପରେ ପ୍ରତି ଆକ୍ରମଣ କରିଥିଲା । ଯୁଦ୍ଧ ୧୧ ଦିନରେ ପହଞ୍ଚିଥିବା ବେଳେ ଏହା ଭୟଙ୍କର ରୂପ ନେଇଛି ।