ସିରିଆ ଚର୍ଚ୍ଚରେ ବଡ଼ ଆକ୍ରମଣ, ୨୨ ମୃତ

ସିରିଆ ଚର୍ଚ୍ଚରେ ଏକ ବଡ଼ ଅଘଟଣ ଘଟିଛି । ରବିବାର ଦିନ ଚର୍ଚ୍ଚ ଭିତରେ ପ୍ରାର୍ଥନା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ  ୨୨ ଜଣ ପ୍ରାଣ ହରାଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି । ତଥାପି ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ମଧ୍ୟରେ ପିଲାମାନେ ମଧ୍ୟ ସାମିଲ ଅଛନ୍ତି ।

ସୂଚନାନୁଯାୟୀ, ଦୀର୍ଘ ବର୍ଷ ପରେ ସିରିଆ ଉପରେ ଏପରି ଆକ୍ରମଣ ପ୍ରଥମ ଥର ବୋଲି କୁହାଯାଉଛି । ଡାମାସ୍କସରେ ଇସାଲାମୀ ଶାସନରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛି । ରାଷ୍ଟ୍ରପତି ଅହମଦ ଅଲ-ଶାରା ସାରା ଦେଶରେ ଅଧିକାର ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଘଟଣା ପରେ ସୁରକ୍ଷା ବାହିନୀ ଚର୍ଚ୍ଚ ଆଡ଼କୁ ଦୌଡ଼ି ଯାଇଥିଲେ । ଏହି ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଏକ ଅନଲାଇନ୍ ଭିଡିଓରେ କହିଛନ୍ତି ଯେ, ଆକ୍ରମଣକାରୀ ଆସି ସେଠାରେ ଥିବା ଲୋକଙ୍କ ଉପରେ ଗୁଳି ଚଲାଇବା ଆରମ୍ଭ କରିଦେଇଥିଲେ । ଏହା ପରେ ସେ ପିନ୍ଧିଥିବା ବିସ୍ଫୋରକ ଜ୍ୟାକେଟ୍ ବିସ୍ଫୋରଣ କରିଥିଲା ।

Umasankar Adv

ଅନ୍ୟପଟେ ସିରିଆର ସୂଚନା ମନ୍ତ୍ରୀ ହମଜା ମୁସ୍ତାଫା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହା ଛଡ଼ା କହିଛନ୍ତି ଯେ, ’’ଏପରି କାର୍ଯ୍ୟ ଭିରୁତାପୂର୍ଣ୍ଣ, ଯାହା ମାନବିକତା ବିରୋଧରେ ଯାଉଛି ।’’ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ତୁରନ୍ତ ଦାୟୀ ହୋଇନାହାଁନ୍ତି । ସେଠାରେ ଥିବା ଲୋକଙ୍କ ଉପରେ ଗୁଳି ଆକ୍ରମଣ କରି ବିସ୍ଫୋରକ ଜ୍ୟାକେଟ୍ ପିନ୍ଧି ନିଜକୁ ବିସ୍ଫୋରଣ କରିଥିଲା । ଯାହା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସହିତ ସମାନ ରହିଛି ।

Leave A Reply

Your email address will not be published.