ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀ ୪ ଘଣ୍ଟା ଅପେକ୍ଷା କରିବା ପରେ ବିମାନ ବାତିଲ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାନ୍ତ୍ରିକ ତ୍ରୁଟି । ଜୟପୁରରୁ ଦୁବାଇ ଯାଇଥିବା ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାତିଲ କରାଯାଇଛି । ବିମାନଟି ଉଡ଼ାଣ ପୂର୍ବରୁ ସମସ୍ୟା ଦେଖାଦେଇଥିଲା । ଯାହାପରେ ଏହାକୁ ଠିକ୍ କରିବା ପାଇଁ ଯାଞ୍ଚ ଚାଲିଥିଲା । ଯାଞ୍ଚ ପରେ ଠିକ୍ ନ ହେବାରୁ ବିମାନକୁ ବାତିଲ କରାଯାଇଥିଲା । ଏୟାର ଇଣ୍ଡିଆ ଏଖ୍ସପ୍ରେସ ବିମାନ-୧୯୫କୁ ରଦ୍ଦ କରିଦିଆଯାଇଛି । ଏହି ବିମାନ ଜୟପୁରରୁ ସକାଳ ୫.୩୦ ରେ ଉଡ଼ାଣ ଭରିବାର ଥିଲା ।

ଖବର ମୁତାବକ, ଜୟପୁରରୁ ଦୁବାଇ ଯିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଜି ସକାଳ ୫.୩୦ ମିନିଟରେ ଉଡାଣ ଭରିବାର ଥିଲା । ପ୍ଲେନରେ ଯାତ୍ରୀ ବୋର୍ଡିଂ ହେବା ପରେ ଟାକ୍ସି ୱେ ପର୍ଯ୍ୟନ୍ତ ଚାଲିଯାଇଥିଲା । ଏହାପରେ ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ବିମାନରେ ଯାତ୍ରୀ ୪ ଘଣ୍ଟା ବସିବା ପରେ ମଧ୍ୟ ବିମାନଟି ଠିକ୍ ହୋଇପାରିନଥିଲା । ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏହାସହିତ ଯାତ୍ରୀଙ୍କୁ ଆଗାମୀ ଦିନରେ ଟିକେଟ କରାଇବା କିମ୍ବା ରିଫଣ୍ଡ ବିକଳ୍ପ ଦିଆଯାଇଥିଲା ।

Umasankar Adv

ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ୨୪୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ ୨୯ ଲୋକଙ୍କ ଜୀବନ ଚାଲିଯାଇଥିଲା ।  ଏହା ପୂର୍ବରୁ ଗୁରୁବାର ଦିନ ଏୟାର ଇଣ୍ଡିଆ ୩ଟି ଅର୍ନ୍ତରାଷ୍ଟ୍ରୀୟ ରୁଟର ଉଡ଼ାଣକୁ ବାତିଲ କରିଛି । ଜୁନ୍ ୨୧ରୁ ଜୁଲାଇ ୧୫ ଯାଏଁ ଏହି ୩ଟି ରୁଟର ଉଡ଼ାଣ ସେବା ବନ୍ଦ ରହିବ ବୋଲି କହିଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା ପାଇଁ ନିଆଯାଇଛି । ତେବେ ବିମାନ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ସପ୍ତାହେ ମଧ୍ୟରେ ୮୮ରୁ ଅଧିକ ବିମାନ ବାତିଲ ହୋଇସାରିଛି ।

Leave A Reply

Your email address will not be published.