ପେଶାୱର : ପାକିସ୍ତାନ ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତ ନଦୀରେ ଗୋଟିଏ ପରିବାରର ୧୮ ଜଣ ବୁଡ଼ି ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯାହାର ସୂଚନା ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏପରି ଘଟଣା ଶୁକ୍ରବାର ହୋଇଥିବା ସୂଚନା ମିଳୁଛି ।
ସୂଚନାନୁଯାୟୀ, ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୮୦ ଜଣ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ନଦୀରେ ଫସି ଯାଇଥିଲା । ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଉତ୍ତର ଅଞ୍ଚଳରେ ସ୍ୱାତ ନଦୀ ଏଠାରେ ପ୍ରବାହିତ ହେଉଛି । ଅନ୍ୟ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏକ ବଡ଼ ସନ୍ଧାନ ଅଭିଯାନ ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।
