ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ, ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ତିନି ରଥ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ।  ଶେଷରେ ସ୍ପର୍ଶ ଦେଉଛନ୍ତି କାରିଗର ।  ତିନିରଥ ଦୁଆର ବେଢ଼ା ରଥ ଉପରକୁ ଉଠିଲା ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନି ରଥର (ଆଗ ଆଣି ଏବଂ ପଛ ଆଣି) ଦୁଇଟି ଲେଖାଏଁ ଦୁଆର ବେଢ଼ା କୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ଵାରା ବାନ୍ଧେଣୀ କରିଛନ୍ତି ।

ରଥ ଉପରକୁ ଶ୍ରୀବିଗ୍ରହ ମାନଙ୍କ ପହଣ୍ଡି ହୋଇ ରଥ ଉପରକୁ ଉଠିବା ତଥା ଠାକୁରଙ୍କ ସେବା ପୂଜା ପାଇଁ ସେବାକାରୀ ମାନଙ୍କ ସ୍ବଛନ୍ଦରେ ରଥ ଉପରକୁ ବିନା ବାଧାରେ ଯିବା ଆସିବାକୁ ନିଶ୍ଚିତ କରିବା ପାଇଁ (ରଥରେ ଚାର ମାଳ ବନ୍ଧା କାର୍ଯ୍ୟ ପାଇଁ) ଆଜି ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗରେ ମାଲ (ତାଲ ଗଡ) (ତାଳଧ୍ଵଜ ରଥ ଏବଂ ନନ୍ଦି ଘୋଷ ରଥରେ ୬/୬ ଟି ଏବଂ ଦର୍ପଦଳନ ରଥର ୪ ଗୋଟି) ସଂଯୋଗ କରି ତାର ପତନ (ଲେବୁଲ୍) ଠିକ୍ ରହୁଛି କି ନାହିଁ ପରୀକ୍ଷା ମୂଳକ ଭାବେ ପରଖ କାର୍ଯ୍ୟ ଶେଷ ହୋଇଛି ।

Umasankar Adv

ତିନିରଥ ର ପ୍ରଭାରେ ରୂପ ଖୋଦେଇ ଜାରୀ ତିନିରଥର ମୁଖ୍ୟ ରୂପକାର ସେବକଙ୍କ ଦ୍ଵାରା ତଥା ସହଯୋଗୀ ରୁପକା ସେବକ ମାନେ ମିଶି ପ୍ରଭାରେ ରୂପ ଖୋଦେଇ ଜାରୀ ରଖିଛନ୍ତି । ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖି ଖୋଦେଇ କାର୍ଯ୍ୟକୁ ଗତିଶୀଳ କରିଛନ୍ତି ।

Leave A Reply

Your email address will not be published.