ଆଠଗଡରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ପଥର ଓ ଅଣ୍ଡାମାଡରେ ୪ ପୋଲିସ କର୍ମୀ ଆହତ

ଆଠଗଡ: ଆଠଗଡରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ । ଘଟଣା ପରେ ପ୍ରଶାସନ ପକ୍ଷରୁ BNS ୧୬୩ ଧାରା ଲାଗୁ । ଆଜି ପଂଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗଦେବାର ଥିଲା । ବିଧାୟକ ଯୋଗଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେବା ସହ ବ୍ଲକ ସମ୍ମୁଖରେ ହୋହଲ୍ଲା କରିଥିଫଲେ । ପରେ ପଥର ଓ ଅଣ୍ଡାମାଡ ହୋଇଥିଲା । ଏପରିକି ଆକ୍ରମଣରେ ଆଠଗଡ ଡିଏସପିଙ୍କ ସହ ୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପି ଓ ୮ଜଣ ଆଇଆଇସି ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.