ଲଘୁଚାପ ବର୍ଷା ପ୍ରଭାବରେ ଦିନ ଦ୍ବିପ୍ରହରରେ କୁହୁଡି, ଯାତାୟାତ ରେ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି। କେଉଁଠି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିବା ବେଳେ ଏକାଧିକ ଗାଁ ରାସ୍ତା କର୍ଦ୍ଧମାକ୍ତ ଯୋଗୁଯାତାୟତ ସମସ୍ୟା ବଢିଛି ସେହିପରି ମଙ୍ଗଳବାର ମଧ୍ୟାହ୍ନରେ ପ୍ରବଳ ଘନ କୁହୁଡି ଯୋଗୁଯାତାୟତରେ ବାଧାପ୍ରାପ୍ତ ହୋଇଛି। ଦାରିଙ୍ଗବାଡି ସମେତ ପାଙ୍ଗାଲି, ବ୍ରାହ୍ମଣୀଗାଁ ଯିବାଘାଟି ରାସ୍ତାରେ କୁହୁଡି ଯୋଗୁ ଗାଡିମୋଟର ଚଳାଚଳ ଅସୁବିଧା ହେଉଥିବା ଜଣାପଡିଛି । ତେବେ ପର୍ଯ୍ୟଟକ ମାନେ ଏହି କୁହୁଡିଯୋଗୁ ସୁନ୍ଦରରିବେଶରମଜା ନେଇଛନ୍ତି ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନବଣ, ହିଲଭିୟୁ ପାର୍କ, ମିଡିୟୁାନ୍ଦା ଏବଂ କିସୁବାଡ଼ି ଜଳପ୍ରପାତରେ କୁହୁଡି ଯୋଗୁ ସୁନ୍ଦର ପରିବେଶ ସୃଷ୍ଟି ହୋଇଛଥିବା ଜଣାପଡିଛି। ଯାହାର ମଜା ପର୍ଯ୍ୟଟକ ନେଇଛନ୍ତି।

Leave A Reply

Your email address will not be published.