ଚିକିତ୍ସାଧୀନ ଅବସ୍ଥାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ

ବୀର ପୁତ୍ର ଅମର ରହେ… ଅମର ରହେ ….ଧ୍ବନିରେ କମ୍ପୁଛି ଗାଁ ଦାଣ୍ଡ । ଝାଞ୍ଜ କୀର୍ତ୍ତନ ସାଙ୍ଗକୁ ….. ସାଥୀ ଯବାନ ଓ ଅଞ୍ଚଳବାସୀଙ୍କ ରାମ ନାମ ସତ୍ୟ ହେ ନାରା । ଆଉ ତା ସାଙ୍ଗକୁ ଘର ଲୋକଙ୍କ ବୁକୁଫଟା କାନ୍ଦ । ସମସ୍ତଙ୍କ ଆଖିରେ ଲୁହ । ନିରବୀ ଯାଇଛନ୍ତି ପିଲା ଠୁ ବୁଢ଼ା । ଜନସମୁଦ୍ର ପାଲଟିଛି ସହିଦଙ୍କ ଶେଷଯାତ୍ରା । ଛଳ ଛଳ ଆଖିରେ ସହିଦ ପୁଅକୁ ବିଦାୟ ଦେଉଛନ୍ତି ଗାଁ ଲୋକେ । ସାଥୀ ଯବାନମାନେ ସହିଦ ଭାଇକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧରେ ନେଇ ଯାଉଛନ୍ତି । ପୁରା ଗାଁ ସାରା ଶୋକାକୁଳ ପରିବେଶ । କାହିଁକି ନା ଗାଁ ଆଜି ବୀର ପୁଅକୁ ହରାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଜରିଆ ଗାଁର କୈବଲ୍ୟ ପରିଡା । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଲିଭର ରୋଗରେ ଆକ୍ରାନ୍ତ ଥିଲେ । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ମୃତ୍ୟୁ ଘଟିଛି।

Umasankar Adv

କୈବଲ୍ୟଙ୍କ ମରଶରୀର ବୁଧବାର ସଂନ୍ଧ୍ୟାରେ ଜନ୍ମମାଟିରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଦେଶ ପ୍ରେମ ଆଉ କର୍ତ୍ତବ୍ୟନିଷ୍ଠା ପାଇଁ ଘର ପରିବାର ଲୋକଙ୍କୁ ଛାଡ଼ି ଆସାମ ରାଜ୍ୟରେ ସିଆରଏଫ ଯବାନ ଭାବେ କାର୍ଯ୍ୟରତ ଥିଲେ । ହଠାତ ଏ ରୋଗ ଯେ ତାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା କରିନଥିଲେ ବୋଲି ଗ୍ରାମବାସୀ କହିଛନ୍ତି ।କୈବଲ୍ୟଙ୍କ ମୃତ୍ୟୁକୁ ନେଇ ସମଗ୍ର ଗାଁ ଝୁରୁଥିବା ବେଳେ ଯବାନଙ୍କ ଧର୍ମପତ୍ନୀ କୋହଭରା ସ୍ବରରେ ଗର୍ବ କରୁଥିବା କହିଛନ୍ତି ।

ଶିକ୍ଷା ଗୁରୁ ମିର୍ଜା ଉମର ବେଗ୍ କୈବଲ୍ୟଙ୍କ ପାଠପଢା ଠାରୁ ଏପର୍ଯ୍ୟନ୍ତ ତାଙ୍କର ଜୀବନ ବିଷୟରେ ପ୍ରଶଂସା କରିବା ସହିତ ତାଙ୍କ ମୃତରେ ଗୁରୁ ମିର୍ଜା ଉମର ବେଗ୍ ଦୁଃଖ କରିଛନ୍ତି ଓ ତାଙ୍କ ପରିବାରକୁ ଇଶ୍ଵର ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି । ସାନଜରିଆ ସରପଞ୍ଚ ନିରାକାର ନାୟକ କୈବଲ୍ୟଙ୍କ ମୃତ୍ୟୁକୁ ନେଇ କାନ୍ଦିବା ସହିତ କୈବଲ୍ୟ ଜଣେ ମେଳାପି ଓ ପର ଉପକାରୀ ଥିଲେ ଆଜି ତାଙ୍କୁ ଆମେ ହରାଇ ଦୁଃଖିତ ଓ ମର୍ମାହତ । ସେ କାରଗିଲ ଯୁଦ୍ଧ ରେ କୈବଲ୍ୟ ଭାଗ ନେଇଥିବା କହିଛନ୍ତି ।

Leave A Reply

Your email address will not be published.