୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ, ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ

କଟକ : ୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଆରଆଇ ଓ ଅମିନ। କଟକ କନ୍ଦରପୁର ଆରଆଇ ମନୋଜ ବେହେରା ଓ ଅମିନ ବିଚିତ୍ରାନନ୍ଦ ଶତପଥି। ଘରବାରି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଚାଷ ଜମିକୁ ଘରବାରିରେ ପରିବର୍ତ୍ତନ ପାଇଁ ମାଗିଥିଲେ ୧୨ ହଜାର ଟଙ୍କା। ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଆରଆଇ ମନୋଜ ବେହେରାଙ୍କ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ । ଅମିନ ବିଚିତ୍ରାନନ୍ଦ ଶତପଥିଙ୍କ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.