ଯୁବତୀଙ୍କୁ ଅପହରଣ ଓ ଗଣଦୁଷ୍ମର୍ମ ମାମଲା, ୩ ଗିରଫ

କରଞ୍ଜିଆ : ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗତ ୨୪ ତାରିଖର ଅପରାହ୍ନରେ ଜଣେ ଯୁବତୀ ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । କରଞ୍ଜିଆ ଥାନା ହଳଦିଆପଶି-ମଲ୍ଲାରପଦା ଗାଁ କାଜୁ ଜଙ୍ଗଲ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁବତୀ ଜଣକ ଗତ ୨୪ ତାରିଖରେ ବିଳମ୍ବିତ ରାତିରେ କରଂଜିଆ ଥାନାରେ ଅଭିଯୋଗ କରିଛନ୍ତି । ପରେ ମଲ୍ଲାରପଦା ଗାଁର ବିକାଶ ପାତ୍ର ନାମକ ଜଣେ ଅଭିଯୁକ୍ତ ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କରଞ୍ଜିଆ ପୋଲିସ । ଗତକାଲି ବିଳମ୍ବିତ ରାତ୍ରରେ ଆଉ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହେଇଛି କରଞ୍ଜିଆ ପୋଲିସ ।  ଏବେ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ଡିଆଇଜି ।

Umasankar Adv
Leave A Reply

Your email address will not be published.