ମହିଳା ଭକ୍ତମାନେ ଟାଣିଲେ ଯୋଗମାୟା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ଘୁ. ଉଦୟଗିରି: ପବିତ୍ର ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବଡ଼ଦାଣ୍ଡ ହେଲା ଲୋକାରଣ୍ୟ। ମହା ଆଡ଼ମ୍ବରରେ ମହାପ୍ରଭୁଙ୍କ ରୀତିନୀତି ପରେ ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଟାଣିଲେ ଭକ୍ତ। ତିନି ରଥ ପଣ୍ଡିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇ ମନ୍ଦିର ସେବାୟତଙ୍କ ଦ୍ଵାରା ସମସ୍ତ ନିତିକାନ୍ତି ଅନୁଯାୟୀ ସୁଦର୍ଶନଙ୍କୁ ପ୍ରଥମେ ପହଣ୍ଡି କରିବା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତରନାଥ ଜଗନ୍ନାଥ ମହାପ୍ରଭୁ। ପରେ ପରେ ବରିଷ୍ଠ ନାଗରିକ କେ.ରାମାରାଓ ପାତ୍ରଙ୍କ ଦ୍ୱାରା ରଥ ବିଜେ ଓ ଛେରା ପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ଵଜ ମାଉସୀ ଘରକୁ ଯାତ୍ରା ଆରମ୍ଭ ହୋଇଥିଲା। କିଛି ଦୂର ଯିବା ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥଟାଣିଲେ ସ୍ଥାନୀୟ ମହିଳା ଭକ୍ତ। ପରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଯିବା ପୂର୍ବରୁ ସ୍ଥାନେ ସ୍ଥାନେ ରୁହନ୍ତି ଜଗତର ନାଥ ଜଗନ୍ନାଥ। ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବା ପରେ ପୁଣି ଗଡେ ନଦିଘୋଷ। ଏମିତି ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ପ୍ରସିଦ୍ଧ ରଥଯାତ୍ରା। 


ପରେ ପରେ ବରିଷ୍ଠ ନାଗରିକ କେ.ରାମାରାଓ ପାତ୍ରଙ୍କ ଦ୍ୱାରା ରଥ ବିଜେ ଓ ଛେରା ପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ଵଜ ମାଉସୀ ଘରକୁ ଯାତ୍ରା ଆରମ୍ଭ ହୋଇଥିଲା। କିଛି ଦୂର ଯିବା ପରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥଟାଣିଲେ ସ୍ଥାନୀୟ ମହିଳା ଭକ୍ତ। ପରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ମାଉସୀ ମା’ ମନ୍ଦିରକୁ ଯିବା ପୂର୍ବରୁ ସ୍ଥାନେ ସ୍ଥାନେ ରୁହନ୍ତି ଜଗତର ନାଥ ଜଗନ୍ନାଥ। ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବା ପରେ ପୁଣି ଗଡେ ନଦିଘୋଷ। ଏମିତି ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ପ୍ରସିଦ୍ଧ ରଥଯାତ୍ରା। 

Umasankar Adv

ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରସିଦ୍ଧ ରଥଯାତ୍ରା ନିମିତ୍ତ ଲୋକାରଣ୍ୟ ହୋଇଥିଲା ସହରର ମୁଖ୍ୟ ସଡ଼କ। ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ଛୋଟରୁ ବଡ଼ ପର୍ଯ୍ୟନ୍ତ ବହୁ କକାକର ରାଧାକୃଷ୍ଣ ବେଶ ସହ ଜଗନ୍ନାଥଙ୍କ ବେଶଧାରୀ ବଡ଼ଦାଣ୍ଡରେ ଗିନୀ, ଘଣ୍ଟ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପରିବେଷଣ କରି ଭକ୍ତଙ୍କ ମନ ମୋହିଥିଲେ। ସମସ୍ତ ଭକ୍ତ ଓ ଭଗବାନଙ୍କ ମିଳନରେ ସମ୍ପୂର୍ଣ୍ଣ ପରିବେଶ ଭକ୍ତିମୟ ହୋଇଥିବା ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ପୂର୍ବରୁ ତିନି ରଥ ଗୁଣ୍ଡିଚା ଘରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମାଉସୀ ମା’ ମନ୍ଦିର ଭିତରକୁ ପହଣ୍ଡି ହୋଇ ବିଜେ ହୋଇଛନ୍ତି। ରଥଯାତ୍ରା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର କମିଟି ସଭାପତି ବିନୋଦ ବିହାରୀ ଦାଶଙ୍କ ତତ୍ୱାବଧାନରେ ଏବଂ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଅରୁଣ ଷଡଙ୍ଗୀ, କାଳୁଚରଣ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ପାତ୍ର, ସଂଜୟ ଆଚାର୍ଯ୍ୟ,ସନ୍ତୋଷ ଆଚାର୍ଯ୍ୟ, ଟି.ଅଶ୍ୱିନୀ ପାତ୍ର, ଦଣ୍ଡପାଣି ପାଢ଼ୀଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମନ୍ଦିରର ମୁଖ୍ୟ ସେବାୟତ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ଓ ସମସ୍ତ ସେବାୟତଙ୍କ ସହଯୋଗରେ ଏବର୍ଷ ଘୋଷଯାତ୍ରା ଅତି ସୁନ୍ଦର ଭାବରେ ଓ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।

ସ୍ଥାନୀୟ ପୁଲିସ ଏସଡିପିଓ ବିଜୟ କୁମାର ବିଶିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଇଆଇସି ବିଜୟ ସ୍ୱାଇଁଙ୍କ ସମେତ ସମସ୍ତ ପୁଲିସ ଅଫିସର, ଫୋର୍ସ, ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। 

Leave A Reply

Your email address will not be published.