ବାଲୁଗାଁ: ୨୦ ଫୁଟ୍ ତଳକୁ ଖସିଲା କାର୍ । ୫ ଯାତ୍ରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ୍ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁତର ଯାତ୍ରୀଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି । ଗାଡିଟି ପୁରୀରୁ ବ୍ରହ୍ମପୁର ଯାଉଥିଲା । ପ୍ରଥମେ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡିଥିଲା । ସମସ୍ତ ଯାତ୍ରୀ ଗୋଟିଏ ପରିବାରର ବୋଲି ଜଣାପଡିଛି ।