ଗୋଟିଏ ଶ୍ମଶାନରେ ଏକାଠି ହେଲା ୩ ଭାଇଙ୍କ ଶେଷକୃତ୍ୟ

ଉମରକୋଟ: ଏକାଠି ଜଳିଲା ୩ ଭାଇଙ୍କ ଜୁଇ । ଗୋଟିଏ ଶ୍ମଶାନରେ ହେଲା ଶେଷକୃତ୍ୟ । ପୁରା ଗାଁ ସ୍ତବ୍ଧ । ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ କୌଣସି କାମ ପାଇଁ କାରରେ ପୁଫୁଗାଁ ଯାଉଥିଲେ । ଡାଇନିଗୁଡା ନିକଟରେ ଭାରସାମ୍ୟ ହରାଇ ଗାଡିଟି ଗଛରେ ପିଟି ହୋଇଥିଲା ।

ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ହେବ । ତିନି ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏକାଠି ୩ ଭାଇଙ୍କର ଅନ୍ତିମ ସତ୍କାର କରିଥିଲେ ଗ୍ରାମବାସୀ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ । କେହି ବି କୋହକୁ ଅଟକାଇପାରୁନଥିଲେ । ତିନି ଭାଇଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Umasankar Adv
Leave A Reply

Your email address will not be published.