ନୂଆ ବର୍ଷ ରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ୧ା୧: ଆଜିଠାରୁ ନବବର୍ଷ । ପୁରୁଣା ବର୍ଷ ୨୦୨୦ କୁ ବିଦାୟ ଦେଇ ଆମେ ଆଜି ଏକ ନୂତନ ବର୍ଷରେ ୨୦୨୧ ପାଦ ଦେଇଛେ ।ସାରା ଦୁନିଆରେ ନୂଆ ବର୍ଷର ଉତ୍ସବ ମନାଯାଉଛି।ଭାରତରେ ମଧ୍ୟ ନୂଆ ବର୍ଷର ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ବର୍ଷରେ ଦେଶବାସୀଙ୍କ ସୁସ୍ଥ ଓ ସୁରକ୍ଷିତ କାମନା କରିଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ବର୍ଷଟି ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଓ ସମୃଦ୍ଧି ହେଉ ବୋଲି କାମନା କରିଛନ୍ତି।

Leave A Reply

Your email address will not be published.