ନବବର୍ଷ ରେ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ “ଶ୍ରୀ ସୁରେଶ ଚନ୍ଦ୍ର ମହାପତ୍ର”

ଭୁବନେଶ୍ୱର,୦୧/୦୧:ଶୁକ୍ରବାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ। ତେବେ ପ୍ରଶାସନିକ ମହଲରେ ଶ୍ରୀ ମହାପାତ୍ର ୧୯୮୬ ମସିହାରେ ସର୍ବଭାରତୀୟ ସେବାରେ ଯୋଗଦାନ କରିଥିଲେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ସେ ଏହି ପଦବିରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି। ଏହି ଅଧିକାରୀ ଚାକିରି କାଳ ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭଲ ପରିଚୟ ସୃଷ୍ଟି କରିଛନ୍ତି।

Umasankar Adv
Leave A Reply

Your email address will not be published.