ତୃତୀୟ ଟେଷ୍ଟ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,(ଓଡିଶା ସମାଚାର ନ୍ୟୁଜ ): ଆସନ୍ତାକାଲି  ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ୧୧ ଜଣିଆ ଦଳ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି ଏବଂ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଛି ।ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଦଳକୁ ଫେରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ସେହିପରି ଏହି ଟେଷ୍ଟ ମ୍ୟାଚରେ ପେସ ବୋଲର ଉମେଶ ଯାଦବ ସ୍ଥାନରେ ନବଦୀପ ସାଇନୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।ଏହା ତାଙ୍କର ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ପଦାର୍ପଣ ମ୍ୟାଚ ଅଟେ।ଚୂଡ଼ାନ୍ତ ଦଳରୁ ଆହତ ଥିବା କେ ଏଲ ରାହୁଲ ବାଦ ପଡିଛନ୍ତି ।

Leave A Reply

Your email address will not be published.